ରାଜ୍ୟରୁ ଡ୍ରଗ୍‌ କାରବାର ବନ୍ଦ କରିବା ପାଇଁ ,ଗଠନ ହେଲା ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ

0 14

ରାଜ୍ୟରୁ ଡ୍ରଗ୍‌ କାରବାର କୁ ସମୂଳେ ଧ୍ବଂସ କରିବାପାଇଁ ଏବଂ ଡ୍ରଗ୍ସ ଚୋରା ଚାଲାଣ ରୋକିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସେହି ଅନୁସାରେ ପୂର୍ବତନ ଡିଜି ଅଭୟ ଙ୍କ ଅଧ୍ୟକ୍ଷତା ରେ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇଛି । । ଏଥିପାଇଁ ଏକ ବହୁ ବିଭାଗୀୟ କମିଟି ମଧ୍ୟ ଗଠନ କରାଯାଇଛି। ଏହି ଟାସ୍କ ଫୋର୍ସ ର ଅଧ୍ୟକ୍ଷ ଏହାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। କମିଟିରେ ରାଜ୍ୟ ଡିଜିପି, ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବ, ଅବକାରୀ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ସଚିବ ଏହାର ସଦସ୍ୟ ରହିବେ। ସୂଚନା ଓ ଲୋକସଂପର୍କ ଏବଂ ଆଇଟି ବିଭାଗକୁ ମଧ୍ୟ କମିଟିରେ ସାମିଲ କରାଯାଇଛି। ବହୁ ବିଭାଗୀୟ କମିଟି ସହ ସମନ୍ଵୟ ରକ୍ଷା କରି ଡ୍ରଗ୍‌ ଟାସ୍କ ଫୋର୍ସ ଅଧ୍ୟକ୍ଷ ନିଶା କାରବାର ସହ ନିଶାଡ଼ିଙ୍କୁ ରୋକିବେ।

ଆବଶ୍ୟକସ୍ଥଳେ କୌଣସି ଅଧ୍ୟୟନ କିମ୍ବା ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ଟାସ୍କ ଫୋର୍ସ ଅଧ୍ୟକ୍ଷ ଛୋଟ ସବ୍‌ କମିଟି ମଧ୍ୟ ଗଠନ କରିପାରିବେ। ସବ୍‌ କମିଟିରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରୀୟ ନଚେତ ବିଶେଷଜ୍ଞଙ୍କୁ ସାମିଲ କରିପାରିବେ ଟାସ୍କ ଫୋର୍ସ ଅଧ୍ୟକ୍ଷ। ଏହା ସହ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ସହ ନାର୍କୋଟିକ୍‌ସ କଣ୍ଟ୍ରୋଲ ବୋର୍ଡ, ଗୃହ ମନ୍ତ୍ରାଳୟ, ସାମାଜିକ ନ୍ୟାୟ ଓ ସଶକ୍ତି କରଣ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଅର୍ଥ ମନ୍ତ୍ରାଳୟର ରାଜସ୍ୱ ବିଭାଗ, ଡିଜିସିଆଇ ଓ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ନାର୍କୋଟିକ୍‌ସ ସହ ସମନ୍ଵୟ ରକ୍ଷା କରି ନିଶା କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ରାଜ୍ୟରେ ନିଶା କାରବାର ପ୍ରତିହତ ଓ ନିଶାଡ଼ିଙ୍କୁ ରୋକିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବ ଟାସ୍କ ଫୋର୍ସ। ନିଶା ସେବନର କୁଫଳ ସଂପର୍କରେ ଜଣାଇବାକୁ ସାମାଜିକ ସଚେତନତା, ସାମାଜିକ ସହଯୋଗ ବୃଦ୍ଧି, ଆଶ୍ରିତ ଜନସଂଖ୍ୟା ଚିହ୍ନଟ ଏବଂ ସ୍କୁଲ, କଲେଜ ଓ ଯୁବବର୍ଗଙ୍କ ମଧ୍ୟରେ କ୍ୟାମ୍ପେନ କରାଯିବ। ନିଶାସେବନକାରୀଙ୍କୁ ଏଥିରୁ ନିବୃତ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ। ନିଶା ସେବନକାରୀ ଓ ବିକ୍ରି ନେଇ ବିଭିନ୍ନ ଦିଗ ଉପରେ ତଥ୍ୟ ହାସଲ କରାଯିବ। ନିଶାବେପାରୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ସେମାନଙ୍କୁ ଜୀବନଜୀବିକା ପାଇଁ ସହାୟତା ପ୍ରଦାନ କରାଯିବ।

Leave A Reply

Your email address will not be published.