ଭୁବନେଶ୍ବର: ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଆସୁଥିବା ବେଳେ ଅନେକ ମା’ ନିଜ ଛୋଟ ଶିଶୁଙ୍କୁ ନେଇ ଆସିଥାନ୍ତି। ବିଶେଷ କରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଏବଂ ମା’ ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ କରାଯିବାକୁ ଯୋଜନା କରାଯାଇଛି। ଇତି ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପୀନାକ୍ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର୍ ବକ୍ସି ପ୍ରତିହାରୀ, ସହକାରୀ ପ୍ରଶାସିକା ଶୁଭଶ୍ରୀ ସୁଚିସ୍ମିତା ଏବଂ ଅନ୍ୟ ଅଧିକାରୀ ଏ ସମ୍ବନ୍ଧରେ ଆଲୋଚନା କରି ଏହି ସ୍ବତନ୍ତ୍ର ଗୃହ ସ୍ଥାପନ ପାଇଁ ସ୍ଥାନ ନିରୂପଣ କରିଛନ୍ତି। ଶ୍ରୀମନ୍ଦିର ପରିସରରେ ପ୍ରଶାସନର ଶାଖା କାର୍ଯ୍ୟାଳୟ ନିକଟରେ ଏହା କାର୍ଯ୍ୟକ୍ଷମ ହେବ। ଏହି ଗୃହରେ ଗୋପନୀୟତା, ପରିମଳ ଏବଂ ମା’ ତଥା ଶିଶୁଙ୍କ ସ୍ବାଚ୍ଛନ୍ଦ୍ୟ ଉପରେ ଦୃଷ୍ଟି ଦିଆଯିବ। ଏହି ଗୃହ ସକାଶେ ଜଣେ ସ୍ୱତନ୍ତ୍ର ମହିଳା ସହାୟିକା ମଧ୍ୟ ନିଯୁକ୍ତ ହେବେ।
Comments are closed, but trackbacks and pingbacks are open.