ଆଫଗାନିସ୍ତାନରେ ସିରିଜ୍‌ ବିସ୍ଫୋରଣ,୩ ମୃତ,୨୦ଆହତ

27

ଆଫଗାନିସ୍ତାନର ନଙ୍ଗରହାର ପ୍ରଦେଶରେ ତାଲିବାନୀଙ୍କ ତାଲିବାନୀଙ୍କ ଗାଡ଼ିକୁ ଟାର୍ଗେଟ କରି ଆଜି ଆତଙ୍କବାଦୀମାନେ ସିରିଜ୍‌ ବିସ୍ଫୋରଣ କରିଛନ୍ତି। ଏଥିରେ ଏଯାଏ ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ତେବେ ହମଲା ପାଇଁ ଏଯାଏ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ସେହିପରି ମୃତାହାତଙ୍କ ମଧ୍ୟରେ ତାଲିବାନର କୌଣସି ସଦସ୍ୟ ରହିଛନ୍ତି କି ସେକଥା ମଧ୍ୟ ଜଣାପଡ଼ିନି।
ମିଳିଥିବା ସୂଚନା ଅନୁଯାୟୀ, ନଙ୍ଗରହାରର ରାଜଧାନୀ ଜଲାଲାବାଦରେ ଆଜି କ୍ରମାଗତ ୩ଟି ବିସ୍ଫୋରଣ ହୋଇଛି। କୁହାଯାଉଛି ଯେ ଏହି ଅଞ୍ଚଳରେ ସକ୍ରିୟ ଥିବା ଆଇଏସ୍‌ଆଇଏସ୍‌ ଆତଙ୍କବାଦୀମାନେ ଏପରି ହମଲା କରିଛନ୍ତି। ଘଟଣା ପରେ ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତାଲିବାନୀ ବନ୍ଧୁକଧାରୀମାନେ ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଆଜି ଆଫଗାନର ରାଜଧାନୀ କାବୁଲରେ ମଧ୍ୟ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ତେବେ କାହାକୁ ଟାର୍ଗେଟ କରି ଏପରି ବିସ୍ଫୋରଣ ହୋଇଥିଲା ସେକଥା ଜଣାପଡ଼ିନି।

Leave A Reply

Your email address will not be published.