ସୁଶାସନ ନିମନ୍ତେ ମୂଲ୍ୟବୋଧ ଓ ଆଧ୍ୟାତ୍ମିକତା ସଂପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

18

ଭୁବନେଶ୍ବର- ତା.୨୪.୦୪.୨୦୨୩- ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ପ୍ରଜାପିତା ବ୍ରହ୍ମ‌ାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ମିଳିତ ଆନୁକୂଲ୍ଯରେ ସୁଶାସନ ନିମନ୍ତେ ମୂଲ୍ୟବୋଧ ଓ ଆଧ୍ୟାତ୍ମିକତା ସଂପର୍କିତ ଆଲୋଚନା ଚକ୍ର ଓଟିଡିସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ।

ଏହି ଅବସରରେ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି କହିଲେ ଯେ ପ୍ରତ୍ୟେକ ବ୍ୟକ୍ତି ନିଜର ଆଧ୍ୟାତ୍ମିକତା ଚେତନାକୁ ବ୍ୟାପକ କରିବା ହେଉଛି ଆଜିର ସମୟର ଆହ୍ବାନ । ଗ୍ରାହକ ମାନଙ୍କୁ ଉନ୍ନତ ସେବା ଯୋଗାଇ ଦେବାରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଭଗିନୀ ମାନଙ୍କ ଦ୍ବାରା ପ୍ରଦତ୍ତ ମାର୍ଗଦର୍ଶନ ସହାୟକ ହେବା ନେଇ ସେ ଆସ୍ଥାପ୍ରକଟ କରିଥିଲେ । ଏହି ଅବସରରେ ବ୍ରହ୍ମାକୁମାରୀ ଭଗିନୀ ମାନଙ୍କୁ ଧନ୍ୟବାଦ ଦେଇ ଡଃ ମହାନ୍ତ କହିଲେ ଯେ ଆଜିର ଆଲୋଚନା ଚକ୍ର ସକରାତ୍ମକ ପ୍ରଭାବ ପକାଇବାରେ ସହାୟକ ହେବ ।

ଉକ୍ତ ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଓଟିଡିସିର ଡିଭିଜନ ମ୍ୟାନେଜର ଶ୍ରୀ ଅଂଶୁମାନ ରଥ,ଅଭିଜିତ ସ୍ବାଇଁ, ଶ୍ରୀ ଆନନ୍ଦ ମହାପାତ୍ର, ଶ୍ରୀ ପ୍ରଶାନ୍ତ ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବ୍ରହ୍ମକୁମାରୀ ଭଗିନୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Comments are closed, but trackbacks and pingbacks are open.