ଜନ୍ମ ଅଛି ହେଲେ ମୃତ୍ୟୁ ନାହିଁ ଏମିତି ଏକ ସ୍ଥାନ; ଆଶ୍ଚର୍ଯ୍ୟ ହେଉଛନ୍ତି କି ?

33

ନୂଆଦିଲ୍ଲୀ: ଜୀବନ ଅଛି ମାନେ ମୃତ୍ୟୁ ନିଶ୍ଚିତ । ତଥାପି ପୃଥିବୀରେ ଏ ଭଳି ଏକ ସହର ଅଛି ଯେଉଁଠାରେ ସରକାର ମୃତ୍ୟୁ ଉପରେ କଟକଣା ଲଗାଇଛନ୍ତି । ଯାହା ଫଳରେ ୭୦ ବର୍ଷ ହେବ ଏଠାରେ କାହାର ଅନ୍ତ୍ୟେଷ୍ଟି କ୍ରିୟା ହୋଇ ନାହିଁ । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ନରୱେର ଉତରାଂଚଳରେ ଲାଙ୍ଗ ଇୟରବେନ ସହର ରହିଛି । ଏଠି ବର୍ଷସାରା ଲୋକମାନେ ସ୍ୱୀଟେର ପିନ୍ଧିଥିବା ଦେଖିବାକୁ ପାଇବେ । ମେ ମାସରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ ।

ଏହି ସବୁ କାରଣରୁ ସରକାର ଏଠାରେ ମୃତୁୂ୍ୟ ଉପରେ କଟକଣା ଲଗାଇଛନ୍ତି । ଯଦି କେହି ମୃତ୍ୟୁର ନିକଟତର ହୁଅନ୍ତି ତାଙ୍କୁ ସଙ୍ଗେ ସଙ୍ଗେ ହେଲିକପ୍ଟର ଯୋଗେ ଅନ୍ୟ ସହରକୁ ସ୍ଥାନାନ୍ତରିତ କରାଯାଇଥାଏ । ସେଠାରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ହୋଇଥାଏ ।

ଏଠାରେ ଅଧିକାଂଶ ଖ୍ରୀଷ୍ଟ ଧର୍ମର ଲୋକ ରହିଥାନ୍ତି । ମୃତ୍ୟୁ ପରେ ଏଠାରେ ଶବକୁ ପୋତିଲେ ତାହା ସହଜରେ ନଷ୍ଟ ହୁଏନି । ୧୯୧୭ରେ ଜଣେ ବ୍ୟକ୍ତି ଇନଫ୍ଲୁଏଂଜାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ସେଠାରେ ତାଙ୍କ ପରିବାର ଲୋକ ତାଙ୍କୁ ପୋତିଥିଲେ । ଆଜି ପର୍ଯ୍ୟନ୍ତ ତାଙ୍କ ଶରୀର ପୂର୍ବ ଭଳି ତାଜା ରହିଛି । ସେଥିପାଇଁ ସରକାର ୨୦୦ ଜନ ସଂଖ୍ୟା ବିଶିଷ୍ଟ ଏହି ସହରର ବାସିନ୍ଦା ମୃତ୍ୟୁ ପୂର୍ବରୁ ସୂଚନା ପ୍ରଦାନ କରିବା ଅନୁରୋଧ କରିଛନ୍ତି । ଯଦି କିଏ ଅସୁସ୍ଥ ଅଛି ତେବେ ତାଙ୍କୁ ତୁରନ୍ତ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥାଏ । ସରକାର ଏ ନେଇ ଆବଶ୍ୟକ ଖର୍ଚ୍ଚ ବହନ କରିଥାନ୍ତି ।

Comments are closed, but trackbacks and pingbacks are open.