ସାମ୍ନାକୁ ଆସିଲା ନିହତ ସୈନ୍ୟଙ୍କ ଫଟୋ

25

ତେଲ୍ ଆଭିଭ୍‌:  ଇସ୍ରାଏଲ ଏବଂ ହାମାସ୍ ଶାସନାଧିନ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଙ୍ଗଳବାର ସୁଦ୍ଧା ଚତୁର୍ଥ ଦିନରେ ପଦାର୍ପଣ କରିଛି । ହାମାସ୍ ଆତଙ୍କବାଦୀମାନେ ଏବେମଧ୍ୟ ଇସ୍ରାଏଲର ଏକାଧିକ ସହର ଉପରେ ରକେଟ୍ ମାଡ ଅବ୍ୟାହତ ରଖିଥିବାବେଳେ ଇସ୍ରାଏଲ ମଧ୍ୟ ବୋମାମାଡରେ ଗାଜା ଉପତ୍ୟକାକୁ ଧ୍ୱସ୍ତବିଧ୍ୱସ୍ତ କରିବାରେ ତିଳେମାତ୍ର ହେଳା କରୁନାହିଁ । ଏପର୍ଯ୍ୟନ୍ତ ହାମାସ୍ ଆକ୍ରମଣରେ ଇସ୍ରାଏଲର ୭୩ ସୈନ୍ୟଙ୍କ ସମେତ ୯୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇ ସାରିଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିହତ ୭୩ ମଧ୍ୟରୁ ୬୫ ସୈନ୍ୟଙ୍କ ଫଟୋ ଜାରି କରାଯାଇଛି । ଏଭଳି ସମୟରେ ମୃତ ସୈନ୍ୟଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ହାମାସ୍ ଆତଙ୍କବାଦୀମାନେ ଇସ୍ରାଏଲ ସୈନ୍ୟ ଓ ନାଗରିକଙ୍କୁ ସର୍ବସାଧାରଣରେ ହତ୍ୟା କରୁଥିବାର ବୀଭତ୍ସ ଦୃଶ୍ୟ ସୋସିଆଲ ମିଡିଆରେ ଘୂରିବୁଲୁଛି । ନିରୀହ ନାଗରିକଙ୍କୁ ହତ୍ୟା କରାଯାଇ ମାନବାଧିକାର ଉଲ୍ଲଘଂନ କରାଯାଉଛି ବୋଲି ଇସ୍ରାଏଲ ଅଭିଯୋଗ କରିଛି । ଅପରପକ୍ଷରେ ଇସ୍ରାଏଲ ଯଦି ଗାଜା ଉପତ୍ୟକାରେ ବୋମାମାଡକୁ ବନ୍ଦ ନକରେ, ତେବେ ପଣବନ୍ଦୀ ରହିଥିବା ସମସ୍ତ ଇସ୍ରାଏଲୀ ସୈନ୍ୟ ଓ ନାଗରିକଙ୍କୁ ହତ୍ୟା କରାଯିବ ବୋଲି ହାମାସ୍ ଧମକ ଦେଇଛି ।

ତେଲ୍ ଆଭିଭ୍‌:  ଇସ୍ରାଏଲ ଏବଂ ହାମାସ୍ ଶାସନାଧିନ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଙ୍ଗଳବାର ସୁଦ୍ଧା ଚତୁର୍ଥ ଦିନରେ ପଦାର୍ପଣ କରିଛି । ହାମାସ୍ ଆତଙ୍କବାଦୀମାନେ ଏବେମଧ୍ୟ ଇସ୍ରାଏଲର ଏକାଧିକ ସହର ଉପରେ ରକେଟ୍ ମାଡ ଅବ୍ୟାହତ ରଖିଥିବାବେଳେ ଇସ୍ରାଏଲ ମଧ୍ୟ ବୋମାମାଡରେ ଗାଜା ଉପତ୍ୟକାକୁ ଧ୍ୱସ୍ତବିଧ୍ୱସ୍ତ କରିବାରେ ତିଳେମାତ୍ର ହେଳା କରୁନାହିଁ । ଏପର୍ଯ୍ୟନ୍ତ ହାମାସ୍ ଆକ୍ରମଣରେ ଇସ୍ରାଏଲର ୭୩ ସୈନ୍ୟଙ୍କ ସମେତ ୯୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇ ସାରିଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିହତ ୭୩ ମଧ୍ୟରୁ ୬୫ ସୈନ୍ୟଙ୍କ ଫଟୋ ଜାରି କରାଯାଇଛି ।

ଏଭଳି ସମୟରେ ମୃତ ସୈନ୍ୟଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ହାମାସ୍ ଆତଙ୍କବାଦୀମାନେ ଇସ୍ରାଏଲ ସୈନ୍ୟ ଓ ନାଗରିକଙ୍କୁ ସର୍ବସାଧାରଣରେ ହତ୍ୟା କରୁଥିବାର ବୀଭତ୍ସ ଦୃଶ୍ୟ ସୋସିଆଲ ମିଡିଆରେ ଘୂରିବୁଲୁଛି । ନିରୀହ ନାଗରିକଙ୍କୁ ହତ୍ୟା କରାଯାଇ ମାନବାଧିକାର ଉଲ୍ଲଘଂନ କରାଯାଉଛି ବୋଲି ଇସ୍ରାଏଲ ଅଭିଯୋଗ କରିଛି । ଅପରପକ୍ଷରେ ଇସ୍ରାଏଲ ଯଦି ଗାଜା ଉପତ୍ୟକାରେ ବୋମାମାଡକୁ ବନ୍ଦ ନକରେ, ତେବେ ପଣବନ୍ଦୀ ରହିଥିବା ସମସ୍ତ ଇସ୍ରାଏଲୀ ସୈନ୍ୟ ଓ ନାଗରିକଙ୍କୁ ହତ୍ୟା କରାଯିବ ବୋଲି ହାମାସ୍ ଧମକ ଦେଇଛି ।

Comments are closed, but trackbacks and pingbacks are open.