ପାରିବାରିକ କଳହର କରୁଣ ପରିଣତି, ନିଜେ ବିଷ ପିଇ ନିଜ କଅଁଳ ଶିଶୁକୁ ବିଷ ପିଆଇ ଦେଲା ମା’

16

ଯାଜପୁର:୦୫-୦୮(ପି.ଏନ.ଏ): ପାରିବାରିକ କଳହ ର କରୁଣ ପରିଣତି I ସ୍ୱାମୀଙ୍କ ସହିତ ପାଟିତୁଣ୍ଡ ପରେ ନିଜେ ବିଷ ପିଇବା ସହିତ ନିଜ ୧୦ ମାସ ର ଶିଶୁ କନ୍ୟା କୁ ବିଷ ପିଆଇ ଦେଲା ମା’ ! ବର୍ତ୍ତମାନ ଗୁରୁତ୍ତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ ରେ ଚିକିତ୍ସିତ ହେଉଛନ୍ତି ଉଭୟ ମା’ ଓ ଝିଅ I ଏ ଭଳି ଅଭାବନୀୟ ଘଟଣା ଆଜି ସକାଳେ ଯାଜପୁର ଜିଲ୍ଲାରେ ଘଟି ଯାଇଛି ।

ସୂଚନାନୁସାରେ , କୁଆଖିଆ ଥାନା ରସୁଣାସାମନ୍ତରାପୁର ଗାଁ ରଶ୍ମୀତା ସାହୁ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା I ଏହି ଘଟଣାରେ ରଶ୍ମିତା ଆଜି ସକାଳେ ନିଜେ ବିଷ ପିଇବା ନିଜ ୧୦ ମାସର ଶିଶୁକୁ କନ୍ୟା କୁ ପିଆଇ ଦେଇଥିଲେ । ଫଳରେ ସେମାନଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥାବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସେଠାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି ।

Comments are closed, but trackbacks and pingbacks are open.