ନୂଆଦିଲ୍ଲୀ: କୋଲକାତାର ଜଣେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଆରଜି କର କଲେଜ ଏବଂ ହସ୍ପିଟାଲରେ ଭଙ୍ଗାରୁଜା ମାମଲାକୁ କଲିକତା ହାଇକୋର୍ଟ ସ୍ଵତଃ ସଜ୍ଞାନକୁ ନେଇଛନ୍ତି। ଏଥିରେ ଅସନ୍ତୋଷ ପ୍ରକାଶ କରି ୭ ହଜାର ଲୋକ ହଠାତ୍ କିପରି ଏକାଠି ହେଲେ, ସେନେଇ କୋର୍ଟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି। ରାଜ୍ୟ ସରକାରଙ୍କ ଓକିଲ କହିଛନ୍ତି ଯେ, ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ଉପରେ ମନ୍ତବ୍ୟ ଦେଇ କୋର୍ଟ କହିଛନ୍ତି ଯେ, ୭ ହଜାର ଲୋକ ହଠାତ୍ ଏହିପରି ଏକାଠି ହୁଅନ୍ତି ନାହିଁ। ଏହି ଘଟଣା ସହ ଜଡିତ ଭିଡିଓଗୁଡିକ କୋର୍ଟରେ ଦର୍ଶାଯାଇଛି। କୋର୍ଟ କଡା ମନ୍ତବ୍ୟ ଦେଇ କହିଛନ୍ତି ଯେ, ଯଦି ପରିସ୍ଥିତି ଏପରି ହୁଏ ତେବେ ଡାକ୍ତରଖାନା ବନ୍ଦ କରି ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କର, ଯେତେବେଳେ ଡାକ୍ତରଖାନା ବନ୍ଦ ହୋଇଯିବ, ସେତେବେଳେ ସେପରି ଉତ୍ତେଜନା ଦେଖାଯିବ ନାହିଁ। ଡାକ୍ତରମାନେ ଏପରି ଭୟର ବାତାବରଣରେ କିପରି କାର୍ଯ୍ୟ କରିବେ? ୧୪ ଅଗଷ୍ଟ ରାତିରେ ଆଇଜି ହସ୍ପିଟାଲରେ ଘଟିଥିବା ଭଙ୍ଗାରୁଜା ଘଟଣାର ଭିଡିଓ ମଧ୍ୟ କୋର୍ଟ ଦେଖିଥିଲେ। ଏହି ମାମଲାରେ ପଚରାଉଚରା ପାଇଁ ସିବିଆଇ ଆରଜି କର କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲଙ୍କୁ ଡାକିଛି। କୋର୍ଟରେ ଯୁକ୍ତି ଗ୍ରହଣ କରିବାବେଳେ ପୂର୍ବତନ ପ୍ରିନ୍ସିପାଲଙ୍କ ଓକିଲ କହିଛନ୍ତି ଯେ, ମୁଁ ସିବିଆଇ ତଦନ୍ତ ପାଇଁ ପ୍ରସ୍ତୁତ ଅଛି କିନ୍ତୁ ମୋ ଘର ବାହାରେ କ୍ରମାଗତ ବିରୋଧ ଚାଲିଛି, ଯଦି ମୁଁ ସୁରକ୍ଷା ପାଏ ତେବେ ମୁଁ ଆଜି ସିବିଆଇ ସମ୍ମୁଖରେ ହାଜର ହୋଇପାରେ। ଘଟଣାର ସମ୍ପୂର୍ଣ୍ଣ ବିବରଣୀ ପାଇଁ କୋର୍ଟ ପୋଲିସକୁ କହିଛନ୍ତି। କୋର୍ଟ କହିଛନ୍ତି ଯେ, ଯଦି ଡାକ୍ତରଙ୍କୁ ସୁରକ୍ଷା ମିଳିବ ନାହିଁ ତେବେ ସେ କିପରି କାମ କରିବେ। ଘଟଣା ସ୍ଥଳକୁ ଯାଇ ଘଟଣାର ଅନୁସନ୍ଧାନ କରିବାକୁ ସିବିଆଇର ସମ୍ପୂର୍ଣ୍ଣ ଅଧିକାର ରହିଛି। ଏହି ମାମଲାରେ ଅନ୍ତରୀଣ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ କୁହାଯାଇଛି। କୋର୍ଟ କହିଛନ୍ତି ଯେ, ପୀଡିତାଙ୍କ ଫଟୋ ଗଣମାଧ୍ୟମରେ ଦେଖାଯିବା ଉଚିତ ନୁହେଁ କିମ୍ବା ସାର୍ବଜନୀନ କରାଯିବା ଉଚିତ ନୁହେଁ।
Comments are closed, but trackbacks and pingbacks are open.