ପାଣି ପାଇପ ରୁ ବାହାରିଲା ପୁଳା ପୁଳା ଟଙ୍କା

20

କର୍ଣ୍ଣାଟକ ପୂର୍ତ୍ତ ବିଭାଗରେ ଇଞ୍ଜିନିୟର ଭାବେ କାମ କରୁଥିବା ଜଣେ ଅଧିକାରୀଙ୍କ ଘରେ କର୍ଣ୍ଣାଟକା ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି)ପକ୍ଷରୁ ରେଡ୍‌ କରି ବିପୁଳ ପରିମାଣର ଟଙ୍କା ଓ ସୁନା ଜବତ କରିଛନ୍ତି I ଏହି ପୂର୍ତ୍ତ ବିଭାଗର ଯୁଗ୍ମ ଇଞ୍ଜିନିୟର ଶନ୍ଥା ଗୌଡ଼ ବିରାଦରଙ୍କ ଘରେ ଆଜି ଏସିବି ପକ୍ଷରୁ ଚଢ଼ଉ କରାଯାଇଥିଲା। ଦୁର୍ନୀତି ବିଭାଗ ର ଅଧିକାରୀ ମାନେ ଶ୍ରୀ ବିରାଦରଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ସହିତ ବହୁ ପରିମାଣରେ ମୂଲ୍ୟବାନ ସୁନା ଅଳଙ୍କାର ମାନ ଜବତ କରିଛନ୍ତି I ଏହା ସହିତ ରାଜ୍ୟ ରେ ଥିବା ତାଙ୍କର ଅନ୍ୟ ଠିକଣା ଗୁଡିକ ଉପରେ ମଧ୍ୟ ଚଢ଼ାଉ ଚାଲିଛି I
ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ରେଡ୍‌ ବେଳେ ଶନ୍ଥା ଗୌଡ଼ ଙ୍କ ଘରର ପାଣି ପାଇପ ଲାଇନରେ ପୁଳାପୁଳା ଟଙ୍କା ଲୁଚାଇଥିବା ଜଣାପଡ଼ିଥିଲା। ଏହି ଟଙ୍କା କୁ ଉଧାର କରିବା ପାଇଁ ଅଧିକାରୀମାନେ ଜଣେ ପାଇ ପାଇପ ମିସ୍ତ୍ରୀଙ୍କୁ ଡ଼କାଇଥିଲେ I ମିସ୍ତ୍ରୀ ଜଣଙ୍କ ପାଇପ କାଟି ତା ଭିତରୁବହୁ ପରିମାଣରେ ୫ଶହ ଟଙ୍କିଆ ନୋଟ ବାହାର କରିବା ବେଳେ ଏହାକୁ ବାଲ୍ଟିରେ ଅଣାଯାଇଥିଲା Iଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସାମ୍ନାକୁ ଆସିଥିବା ଭିଡିଓରେ ପାଇପ ମିସ୍ତ୍ରୀ ଓ ଅଧିକାରୀମାନେ ଏକାଧିକ ପାଇପକୁ ଖୋଲି ଏହା ମଧ୍ୟରୁ ଟଙ୍କାର ନୋଟ୍‌ ବାହାର କରୁଥିବା ଦେଖିବାକୁ ମିଳିଛି I ତେବେ ଯାହା ଜଣାପଡିଛି ଘରେ ପାଇପ ଲାଗିଥିଲେ ମଧ୍ୟ ଏହାର ବ୍ୟବହାର ହେଉ ନଥିଲା। କେବଳ ଟଙ୍କାକୁ ଲୁଚାଇ ରଖିବା ଏହି ପାଇପ ଗୁଡିକ ଲଗାଯାଇଥିଲା ଇ ଏବେ ତାଙ୍କ ବିରୋଧରେ ମାମଲା ରୁଜୁ କରି ଏସିବି ଶ୍ରୀ ବିରାଦରଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.