ଚିଙ୍ଗୁଡ଼ି ଚୋପାରୁ ପ୍ରସ୍ତୁତ ହେବ ଦୀର୍ଘସ୍ଥାୟୀ ବ୍ୟାଟେରୀ

33

ଆମେରିକାସ୍ଥିତ ମେରିଲ୍ୟାଣ୍ଡ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପରିବେଶ ଅନୁକୂଳ ତଥା ଜୈବରୁ ପ୍ରସ୍ତୁତ ଏକ ଦୀର୍ଘସ୍ଥାୟୀ ବ୍ୟାଟେରୀ ପ୍ରସ୍ତୁତ କରୁଛନ୍ତି । ଯାହା ଚିଙ୍ଗୁଡ଼ିର ଚୋପାରୁ ପ୍ରସ୍ତୁତ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଚିଙ୍ଗୁଡ଼ି ଓ କଙ୍କଡ଼ା ଆଦି କଠିନ ବର୍ହିବାରଣ ଥିବା ପ୍ରାଣୀଙ୍କ ଖୋଳପାରୁ ବୈଜ୍ଞାନିକମାନେ ଏକ ପ୍ରକାର ରାସାୟନିକ ପଦାର୍ଥ ଆବିଷ୍କାର କରିଛନ୍ତି । ସେହି ରାସାୟନିକ ପଦାର୍ଥର ନାମ ‘ଚିଟିନ୍‌’ । ଏହି ଚିଟିନ୍‌କୁ ନେଇ ଦୀର୍ଘସ୍ଥାୟୀ ବ୍ୟାଟେରି ନିର୍ମାଣରେ କରାଯାଇପାରିବ ।
କଙ୍କଡ଼ା, ଚିଙ୍ଗୁଡ଼ି ଆଦି କଠିନ ଆବରଣ ଥିବା ଜଳଚରପ୍ରାଣୀଙ୍କ ଚୋପା ଏବଂ ଖୋଳରେ କାର୍ବୋହାଇଡ୍ରେଟ୍‌ ନାମକ ରାସାୟନିକ ପଦାର୍ଥ ପ୍ରଚୁର ପରିମାଣରେ ରହିଥାଏ । ଏହିସବୁ ଖୋଳପା ଓ ଚୋପାକୁ ଆବର୍ଜନା ସହ ଫୋପଡ଼ା ଯାଇଥାଏ । ଯାହା ପଚି ପରିବେଶ ଦୁର୍ଗନ୍ଧ କରିବା ସହିତ ବିଭିନ୍ନ ରୋଗ ଓ ଜୀବାଣୁ ସୃଷ୍ଟିର କାରଣ ହୋଇଥାଏ । ଯଦି ଖୋଳପା ଓ ଚୋପାକୁ ନେଇ ବ୍ୟାଟେରୀ ପ୍ରସ୍ତୁତ କରାଯିବ, ତେବେ ଏହା ପରିବେଶ ଉପଯୋଗୀ ହେବ ।

‘ଏ ସଷ୍ଟେନେବଲ୍‌ ଚିଟୋସାନ୍‌-ଜିଙ୍ଗ୍‌ ଇଲେକେଫ୍ରାଇଟ୍‌ ଫର୍‌ ହାଇ-ରେଟ୍‌ ଜିଙ୍କ୍‌-ମେଟାଲ୍‌ ବ୍ୟାଟେରିଜ୍‌’ଶୀର୍ଷକ ଉକ୍ତ ଗବେଷକମାନଙ୍କ ଅଧ୍ୟୟନ ‘ମ୍ୟାଟର୍‌’ ନାମକ ଏକ ପତ୍ରିକାରେ ପ୍ରକାଶ ପାଇଛି । ଏହି ଗବେଷଣାର ନେତୃତ୍ୱ ନେଇଛନ୍ତି ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ଲିଆଙ୍ଗବିଙ୍ଗ୍‌ ହୁ ।

ସେ କହିଛନ୍ତି, ଆମେ ଜୈବବିଘଟନ ସାମଗ୍ରୀ ବା ପରିବେଶ ଉପରେ କୁପ୍ରଭାବ ପକାଉ ନ ଥିବା ସାମଗ୍ରୀ ଏବଂ ବ୍ୟାଟେରିର କାର୍ଯ୍ୟଦକ୍ଷତା ଉପରେ ଦୃଷ୍ଟି ଦେବା ଉପରେ ଚିନ୍ତା କରିଛୁ । କାରଣ ଏବେ ପ୍ରଚଳିତ ଲିଥିୟମ୍‌-ଆଇୟନ୍‌ ଏବଂ ଅନ୍ୟାନ୍ୟ ଉପାଦନରେ ନିର୍ମିତ ବ୍ୟାଟେରି ସବୁ ବିଘଟନ ହେବାକୁ ହଜାର ହଜାର ବର୍ଷ ଲାଗିଯାଉଛି । ଏହାଛଡ଼ା, ସମୟେ ସମୟେ ଲିଥିୟମ୍‌-ଆଇୟନ୍‌ ବ୍ୟାଟେରିରେ ବିସ୍ପୋରଣ ଯୋଗୁଁ ବିପଦ ସୃଷ୍ଟି ହେଉଛି । କି;ୁ, ଆବିଷ୍କୃତ ‘ଚିଟୋସାନ୍‌ ଇଲେକେଫ୍ରାଲାଇଟ୍‌’ରେ ଦସ୍ତାକୁ ମିଶାଇ ପ୍ରାକୃତିକ ଭାବେ ସୃଷ୍ଟି ହୋଇପାରୁଥିବା ଧାତୁ ପ୍ରସ୍ତୁତ କରିହେଉଛି । ଏଥିରେ ବ୍ୟାଟେରି ପ୍ରସ୍ତୁତି କଲେ ତାହା ଶସ୍ତା ସହ ନିରାପଦ ହେବ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.