ମାର୍ଜିତ ଜୀବନଶୈଳୀ ଅନ୍ତ୍ର ସମସ୍ୟାକୁ ରୋକିପାରିବ: କିମ୍‌ସ ବିଶେଷଜ୍ଞ

23

ଭୁବନେଶ୍ୱର: ତଳିପେଟରେ ଯନ୍ତ୍ରଣା, ପେଟ ଫୁଲିବା, ବାରମ୍ବାର ଝାଡ଼ାରେ ପରିବର୍ତ୍ତନ ହେଉଥିଲେ ସାଧାରଣତଃ ଏହା ଅନ୍ତ୍ର ସମସ୍ୟା (ଇରିଟେବଲ୍‌ ବାଉଲ୍‌ ସିଣ୍ଡ୍ରୋମ୍‌ ବା ଇବିସି) ବୋଲି ଡାକ୍ତରମାନେ କହିଥାନ୍ତିIଏହି ସମସ୍ୟା କ୍ରମାଗତ ଲାଗି ରହିଲେ ଏହା ଏକ ପୁରାତନ ରୋଗରେ ପରିଣତ ହୋଇଥାଏ। ଡାକ୍ତରଙ୍କ ପରାମର୍ଶ କ୍ରମେ ପରିମାର୍ଜିତ ଜୀବନଶୈଳୀ ଆପଣାଇଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି କିମ୍‌ସ ଭୁବନେଶ୍ୱରର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି ବିଶେଷଜ୍ଞ ଡା. ପ୍ରିତମ୍‌ ନାଥ ପ୍ରକାଶ କରିଛନ୍ତିଲାଳଯୁକ୍ତ ମଳ, ଝାଡ଼ା ପରେ ପେଟରେ ଆଉ କିଛି ମଳ ରହିବା ଭଳି ଅନୁଭବ ହେବା ଆଦି ଏହି ରୋଗର ଲକ୍ଷଣ। ଅନ୍ତ୍ରରେ ଅତ୍ୟଧିକ ସମ୍ବେଦନଶୀଳତା, ମାନସିକ ବିସାଦ ଓ ଅନ୍ତ୍ରରେ ଜୀବାଣୁ ଆଦି ଜଟିଳ ଓ ବହୁକ୍ରିୟାତ୍ମକ ବିକାର ରହିଲେ ଏହି ରୋଗ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି।

ଏହା ଏକ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ୧୦ରୁ ୧୫ ପ୍ରତିଶତ ପ୍ରାପ୍ତବୟସ୍କଙ୍କଠାରେ ଏଭଳି ଲକ୍ଷଣ ଦେଖାଦେଇଥାଏ Iପ୍ରାଥମିକସ୍ତରରେ ଡାକ୍ତରମାନେ ଏହାର ଉପଚାର କରିପାରିଥାନ୍ତି। ଏହାର ପ୍ରକୋପ ଅଧିକ ହେଲେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ ନେବାକୁ ପଡ଼ିଥାଏ। କିମ୍‌ସ-ଭୁବନେଶ୍ୱରରେ ଥିବା ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି ବିଭାଗ ଏବେ ଏହାର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ କରିବାରେ ସଫଳ ହେଇଛି। ଏହି ରୋଗ ସାଧାରଣ ତିନି ଲକ୍ଷଣଯୁକ୍ତ ହୋଇଥାଏ। ପ୍ରଥମତଃ କୋଷ୍ଠକାଠିନ୍ୟ-ଯୁକ୍ତ, ଦ୍ୱିତୀୟରେ ତରଳଝାଡ଼ା-ଯୁକ୍ତ ଓ ତୃତୀୟରେ ଉଭୟ କୋଷ୍ଠକାଠିନ୍ୟ ଓ ତରଳଝାଡ଼ାର ମିଶ୍ରିତ ରହିଥିବା ଲକ୍ଷଣ,ଜଣେ ରୋଗୀଙ୍କଠାରେ ମଧ୍ୟ ଏହି ତିନୋଟିଯାକ ଲକ୍ଷଣ ଦେଖା ଦେଇପାରେ।

ସୁସ୍ଥ ଜୀବନଶୈଳୀ ଆପଣାଇ ପାରିଲେ ଏହି ରୋଗରୁ ମୁକ୍ତି ମିଳିବାର ଯଥେଷ୍ଟ ସମ୍ଭାବନା ଥାଏ,ଯେଉଁ ଖାଦ୍ୟ ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୋଇଥାଏ, ସେହିସବୁ ଖାଦ୍ୟଠାରୁ ଦୂରେଇ ରହିବା ଓ ନିୟମିତ ବ୍ୟାୟାମ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଡା.ନାଥ ପରାମର୍ଶ ଦେଇଛନ୍ତି। ଖାଦ୍ୟରେ ଘରୋଇ ଖାଦ୍ୟ ଖାଇବା, ଅତ୍ୟଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ତଥା ପ୍ରକ୍ରିୟାକରଣ ଖାଦ୍ୟଠାରୁ ଦୂରେଇ ରହିବା ସହ ସମୟକୁ ସମୟ ଖାଦ୍ୟ ଗ୍ରହଣ କରିବା ଉଚିତ। ଖାଦ୍ୟ ଖାଇବା ସମୟରେ ଧୀରେଧୀରେ ଖାଇବା, ଉପଯୁକ୍ତ ପରିମାଣରେ ପାଣି ପିଇବା, ନିୟମିତ ଶାରୀରିକ ବ୍ୟାୟାମ ତଥା ପ୍ରାଣାୟାମ, ମାନସିକ ଶାନ୍ତି ପାଇଁ ଧ୍ୟାନ ଆଦି କଲେ ଏହି ସମସ୍ୟାର ନିୟନ୍ତଣ ହୋଇଥାଏ। ଚା ପିଇବାରେ ନିୟନ୍ତ୍ରଣ ଆଣିବା (ଦିନକୁ ତିନିଥରରୁ ଅଧିକ ନୁହେଁ), ମଦ୍ୟ, ଗ୍ୟାସ୍‌ଯୁକ୍ତ ଥଣ୍ଡା ପାନୀୟ ଓ ତମାଖୁ ଆଦି ନିହାତି ବର୍ଜନ କରିବା ଜରୁରି।ସେଓ, ଆପ୍ରିକଟ, ବ୍ଲାକ୍‌ବେରୀ, ଡବାରେ ଥିବା ଫଳ, ଖଜୁରୀ ଓ ଡ୍ରାଏଫ୍ରୁଟ୍‌ ଆଦି ନ ଖାଇ କଦଳୀ, ମସ୍କମେଲନ, ଅଙ୍ଗୁର, କ୍ୱିୱି, ଲେମ୍ବୁ, କମଳା ଓ ସପୁରୀ ଆଦି ଖିଆଯାଇପାରିବ।

ସେହିପରି ପନିପରିବା ମଧ୍ୟରେ ଗାଜର, ବନ୍ଧାକୋବି, ମକା, କାକୁଡ଼ି ଓ ବିନ୍‌ ଆଦି ଖାଇ ପାରିବେIଯେଉଁମାନଙ୍କ ଶରୀରରେ ଲାକ୍ଟୋଜଯୁକ୍ତ ଖାଦ୍ୟ ହଜମ ହୁଏ ନାହିଁ ସେମାନେ ଲାକ୍ଟୋଜଫି୍ର (ଶର୍କରାମୁକ୍ତ) କ୍ଷୀର ଓ ଦୁଗ୍‌ଧଜାତ ଉତ୍ପାଦ ମଧ୍ୟ ଖାଦ୍ୟ ଭାବେ ଗ୍ରହଣ କରିପାରିବେ ବୋଲି ଡା ନାଥ କହିଛନ୍ତି।

Comments are closed, but trackbacks and pingbacks are open.