ମୟୁରଭଞ୍ଜ ରେ ବହୁ ସଂଖ୍ୟାରେ ବିଜେଡି ଆଗୁଆ

20

ଆଜି ଠାରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ର ୩ ଦିନିଆ ଭୋଟ ଗଣତି ଆରମ୍ଭ ହୋଇଛି I ଦିନ ୧୨ଟା ସୁଦ୍ଧା ସମିଳିଥିବା ସୂଚନା ଅନୁଯାୟୀ ଶାସକ ଦଳ ବିଜେଡି ବହୁ ସଂଖ୍ୟାରେ ଆଗୁଆ ରହି ୧୦ ଟି ଜିଲ୍ଲାରେ କ୍ଲିନ ସ୍ୱିପ କରିଛି I ସେହି ପରି ମୟୂରଭଞ୍ଜରେ ଜିଲ୍ଲାରେ ୧୩ ଜୋନରେ ବିଜେଡି ପ୍ରାର୍ଥୀ ଆଗରେ ଥିବା ବେଳେ ୨ଟି ଲେଖାଏଁ ଆସନରେ ବିଜେପି ଓ ଅନ୍ୟାନ୍ୟ ପ୍ରାର୍ଥୀ ଆଗୁଆ ରହିଛନ୍ତି । ତେବେ ମୟୂରଭଞ୍ଜରେ ରାଜନୀତି ସମୀକରଣ ବଦଳିଲେ ଫଳାଫଳ ବଦଳେ । ୨୦୧୨ରେ ୫୬ରୁ ୪୧ଟି ଜିଲ୍ଲା ପରିଷଦ ବିଜେଡି ଆସନ ଜିତିଥିଲା । ବିଜେପି ଓ କଂଗ୍ରେସ ଗୋଟିଏ ଲେଖା ଏବଂ ସ୍ୱାଧୀନ ୩ଟି ପାଇଥିଲେ । ଜେଏମଏମ ୧୦ଟି ଜୋନ୍ ଦଖଲ କରିବାକୁ ସମର୍ଥ ହୋଇଥିଲା । ୨୦୧୭ରେ ମୟୂରଭଞ୍ଜରେ ପୁରା ବାଜି ପଲଟାଇ ଦେଇଥିଲା ବିଜେପି । ୫୬ରୁ ୪୯ ଜୋନ୍ ଦଖଲ କରି ସବୁ ଆକଳନକୁ ଭୁଲ କରିଦେଲା । ସଂଜୟ ଦାସବର୍ମାଙ୍କ ମାର୍ଗଦର୍ଶନରେ ମାତ୍ର ୫ଟି ପାଇଥିଲା ବିଜେଡି । ୨୦୧୪ରେ ସୁଦାମ ମାର୍ଣ୍ଡି ବିଜେଡରୁ ଜିତି ବିଧାୟକ ଓ ମନ୍ତ୍ରୀ ହେଲେ । ତେବେ ମୟୂରଭଞ୍ଜରେ ରାଜନୀତି ସମୀକରଣ ବଦଳିଲେ ଫଳାଫଳ ବଦଳେ । ୨୦୧୨ରେ ୫୬ରୁ ୪୧ଟି ଜିଲ୍ଲା ପରିଷଦ ବିଜେଡି ଆସନ ଜିତିଥିଲା । ବିଜେପି ଓ କଂଗ୍ରେସ ଗୋଟିଏ ଲେଖା ଏବଂ ସ୍ୱାଧୀନ ୩ଟି ପାଇଥିଲେ । ଜେଏମଏମ ୧୦ଟି ଜୋନ୍ ଦଖଲ କରିବାକୁ ସମର୍ଥ ହୋଇଥିଲା । କିନ୍ତୁ ୨୦୧୭ରେ ମୟୂରଭଞ୍ଜ କୁ ପୁରା ନିଜ ଅକ୍ତିଆର କୁ ନେଇଥିଲା ବିଜେପି । ୫୬ରୁ ୪୯ ଜୋନ୍ ଦଖଲ କରି ବାଜିମାତ କରିଥିଲା ବିଜେପି । ମାତ୍ର ଏଥର ସଂଜୟ ଦାସବର୍ମାଙ୍କ ଙ୍କ ସ୍ଥାନରେ ବିଜେଡି ମଙ୍ଗ ଧରିଛନ୍ତି ପ୍ରଣବ ପ୍ରକାଶ ଦାସ । ତାଙ୍କ ନେତୃତ୍ୱରେ ମୟୁରଭଞ୍ଜ କୁ ଏଥର ବିଜେଡି ହାତେଇବା ପରି ଜଣାପଡୁଛି I

Comments are closed, but trackbacks and pingbacks are open.