ହଂସପାଳ ନିକଟ ପୁରୀ ମୁଖ୍ୟ କେନାଲରେ ଦେଖାଗଲା ବିରାଟକାୟ କୁମ୍ଭୀର

25

ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ହଂସପାଳ ଛକ ନିକଟସ୍ଥ ବସୁନ୍ଧରା ଆପାର୍ଟମେଣ୍ଟ୍ ସଂଲଗ୍ନ ପୁରୀ କେନାଲରେ ଏକ ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଛି। ନଖରା ନିକଟରେ ଥିବା ପୁରୀ କେନାଲରେ ଏହି କୁମ୍ଭୀରକୁ ଦେଖିବା ପାଇଁ କେନାଲ ବନ୍ଧରେ ହଜାର ହଜାର ଲୋକଙ୍କର ଭିଡ ଜମିଛି । କୁମ୍ଭୀର ଟିର ଲମ୍ବା ପ୍ରାୟ ୧୨ ଫୁଟରୁ ଅଧିକ ଲମ୍ବାର ଏକ ଘଡ଼ିଆଳହେବ ବୋଲି ଜଣ ପଡିଛି Iନରାଜ ମୁଣ୍ଡଳୀରୁ କୁମ୍ଭୀରଟି ଆସିଥିବା ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ କେନାଲରେ ଦୁଇଟି କୁମ୍ଭୀର ଆସିଥିବା ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ବିରାଟକାୟ କୁମ୍ଭୀର କେନାଲରେ ଥିବା ଯୋଗୁଁ କେନାଲକୁ ଯିବାକୁ ଲୋକେ ଭୟ କରୁଛନ୍ତି। କିଛି ଅଘଟଣ ଘଟିବା ପୂର୍ବରୁ ବନ ବିଭାଗ କୁମ୍ଭୀରକୁ କାବୁ କରିବାକୁ ଦାବି ହୋଇଛି। ତେବେ କୁମ୍ଭୀର ଦେଖିବାକୁ କେନାଲ ହୁଡ଼ାରେ ଲୋକଙ୍କ ଭିଡ଼ ଜମିଛି।

Comments are closed, but trackbacks and pingbacks are open.