ଗୃହିଣୀଙ୍କ ଖୁସିରେ ରହିବାର ଉପାୟ

25

ଗୃହିଣୀଟିଏ ସର୍ବଦା ନିଜ ପରିବାର ପାଇଁ ବିନା ପାରିଶ୍ରମିକରେ ଦିନରାତି ସଚ୍ଚୋଟତାର ସହ କାମ କରିଚାଲନ୍ତି । ନା ରୋଗର ବାହାନା ନା ରବିବାରର ଛୁଟି ଦରକାର । କାହାକୁ କିଛି ନ କହି ସମସ୍ତଙ୍କ ଯତ୍ନ ନିଅନ୍ତି, କିନ୍ତୁ ନିଜେ କଥା ଭୁଲି ଯାଆନ୍ତି । ତେଣୁ ଜଣେ ସ୍ତ୍ରୀ କେବଳ ଘରେ ରହି କିପରି ଖୁସିରେ ରହିପାରିବ, ସେସମ୍ପର୍କରେ ଜାଣନ୍ତୁ କିଛି ଉପାୟ  I

ଘର ସଜେଇ ପାଆନ୍ତୁ ଖୁସି: ନିଜ ପସନ୍ଦର ତଥା ମନମୁତାବକ ଘରକୁ ସଜାନ୍ତୁ । ପ୍ଲାଷ୍ଟିକ ବୋତଲ, ଫୁଲଦାନୀ, ଝୁମର କିମ୍ବା ଚୁଡ଼ି ଦ୍ୱାରା ଘରକୁ ସଜେଇ ପାଇବେ । ଘରର କବାଟକୁ ଚିତ୍ରିତ କରିପାରିବେ । ଏଥିସହ ଫ୍ୟାମିଲି ଫଟୋ ଟ୍ରି ଲଗାଇ ଘରକୁ କ୍ରିଏଟିଭ୍‌ ଲୁକ୍‌ ଦେଇପାରିବେ ।

ବୋରିଂ ଖାଦ୍ୟରେ କ୍ରିଏଟିଭିଟିର ତଡ଼କା: ୟୁଟୁ୍ୟବରେ ନୂଆ ନୂଆ ରେସିପି ଦେଖି ପ୍ରତିଦିନ କିଛି କିଛି ଅଲଗା ଭୋଜନ ପ୍ରସ୍ତୁତ କରନ୍ତୁ । ଆପଣ ଭୋଜନରେ ଇମୋଜି କିମ୍ବା ନାମ ଲେଖି ପିଲାଙ୍କୁ ଖାଇବା ପାଇଁ ପ୍ରେରିତ କରିପାରିବେ, ଯାହାଦ୍ୱାରା ସେମାନେ ଖାଇବାକୁ ଆଉ ମନା କରିପାରିବେ ନାହିଁ ।

ନିଜ ବ୍ୟକ୍ତିତ୍ୱ ଉପରେ ଦିଅନ୍ତୁ ଧ୍ୟାନ: ସାରା ଦିନ ଘରେ ବୋର୍‌ ହେବା ଅପେକ୍ଷା ନିଜ ପର୍ସନାଲିଟି ଉପରେ ଅଳ୍ପ ବହୁତ କାମ କରନ୍ତୁ । ନିଜ କମୁ୍ୟନିକେସନ ସ୍କିଲକୁ ସୁଧାରନ୍ତୁ, ଡ୍ରେସିଂ ସେନ୍ସ ଉପରେ ଧ୍ୟାନ ଦିଅନ୍ତୁ । କେବଳ ଏତିକି ନୁହେଁ ନିଜ ଲୁକ୍‌କୁ ପରିବର୍ତ୍ତନ କରନ୍ତୁ । ଦେଖିବେ ଆପଣ ନିଜ ପରିବର୍ତ୍ତନ ଦେଖି ନିଜେ ହିଁ ଖୁସି ଅନୁଭବ କରିବେ ।

ନିଜ ଋଚିକୁ କରନ୍ତୁ ଫଲୋ: ଯଦି ଆପଣ ମେକଅପ୍‌ କିମ୍ବା ମେହେନ୍ଦୀ, ହେୟାରଷ୍ଟାଇଲର ସଉକ ରଖୁଛନ୍ତି, ତାହେଲେ ଘରେ ହିଁ ମେକଅପ୍‌ ଟୁ୍ୟଟୋରିଆଲ୍‌ ୟୁଟୁ୍ୟବରେ ଅପଲୋଡ୍‌ କରନ୍ତୁ । ଆପଣଙ୍କ ବଳକା ସମୟ ନିଜ ଋଚିରେ ବିତାନ୍ତୁ ।

Comments are closed, but trackbacks and pingbacks are open.