ଏସୀୟ ଖେଳରୁ ଭାରତକୁ ଐତିହାସିକ ସଫଳତା

354

ନୂଆଦିଲ୍ଲୀ: ଏସୀଆନ୍ ଗେମ୍ସରେ ଭାରତକୁ ୧୦୦ ପଦକ  । ହାଙ୍ଗଝୌରେ ଇତିହାସ ରଚିଛି ଭାରତ । ପ୍ରଥମଥର ପାଇଁ ଭାରତ ୧୦୦ ପଦକ ଜିତିଛି । ଏସୀୟ କ୍ରୀଡାରେ ଭାରତର ନୂଆ କୀର୍ତ୍ତିମାନ  । ମହିଳା କବାଡିରେ ଭାରତ ସ୍ବର୍ଣ୍ଣ ହାସଲ କରିଛି । ଚାଇନିଜ୍ ତାଇପେକୁ ୨୬-୨୫ରେ ଭାରତ ହରାଇଛି  ।

ଭାରତକୁ ୨୫ ସ୍ବର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ମିଳିଛି  । ୧୦୦ ପଦକ ସହ ଭାରତ ତାଲିକାର ୪ର୍ଥ ସ୍ଥାନରେ ରହିଛି ।

ସେପଟେ ଭାରତର ଏୗତିହାସିକ ସଫଳତାକୁ ନେଇ ପୁରା ଦେଶ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ପଦକ ସଂଖ୍ୟା ଶତକରେ ପହଞ୍ଚିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା କବାଡି ଟିମ୍‌ ଏବଂ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତିଟି ପ୍ରଦର୍ଶନ ଇତିହାସ ସୃଷ୍ଟି କରିଛି ଏବଂ ଆମକୁ ଗର୍ବିତ କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Comments are closed, but trackbacks and pingbacks are open.