ଗୋଟିଏ ପରିବାର ୩ ଜଣଙ୍କୁ ହତ୍ୟା : ୯ ଅଭିଯୁକ୍ତ ଙ୍କ ଫାସୀ ଦଣ୍ଡାଦେଶ କାଏମ ରଖିଲେ କୋର୍ଟ

27

ରାୟଗଡା ପୁଟାସିଂ ଥାନା କିତ୍ତୁମ ଗାଁରେ ୨୦୧୬ ମସିହା ରେ ଗାରେଡି ସନ୍ଦେହରେ ବାପା, ମାଆ ଓ ଝିଅକୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ମାମଲାରେ ୯ ଜଣ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ କାଏମ ରଖିଛନ୍ତି କୋର୍ଟ । ଟ୍ରିପଲ ମର୍ଡର ଘଟଣାରେ ଜଣେ ନାବାଳକ ସମେତ ୧୦ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡ଼ା ଜିଲ୍ଲା ଜଜ୍ । ମୃତ୍ୟୁଦଣ୍ଡର ପୁନର୍ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାର ପୁନର୍ବିଚାର କରାଯାଇଥିଲେ ହେଁ ଫାଶୀ ଦଣ୍ଡାଦେଶ କାଏମ ରଖିଛନ୍ତି କୋର୍ଟ ।

ଘଟଣା ରୁ ପ୍ରକାଶ ଗୁଣି ଗାରେଡି ସନ୍ଦେହରେ କିତ୍ତୁମ ଗାଁ ରେ ଗୋଟିଏ ପରିବାରର ବାପା, ମା ଓ ବଡ଼ ଝିଅକୁ ଏହି ଗ୍ରାମର ଜଣେ ନାବାଳକ ସମେତ ୯ ଜଣ ବ୍ୟକ୍ତି ଅପହରଣ କରି ନେଇ ଗାଁ ଦାଣ୍ଡରେ ବାନ୍ଧି ମାଡ଼ ମାରିବା ସହ ସେମାନଙ୍କର ଶରୀରର ବିଭିନ୍ନ ଅଙ୍ଗରେ ବିଷାକ୍ତ ଇଞ୍ଜେକ୍ସନ ଦେଇ ମାରିଦେବା ସହ ପୋତି ଦେଇଥିଲେ।ଏହାପରେ ପ୍ରମାଣକୁ ଲୁଚାଇବା ପାଇଁ ପୋତାଯାଇଥିବା ସ୍ଥାନରୁ ମୃତଦେହକୁ ଆଣି ପୋଡି ଦେଇଥିଲେ। ଏହି ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିଲେ ପରିବାରର ସାନ ଝିଅ। ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ହତ୍ୟା ଘଟଣାରେ ସେତେବେଳେ ପୁଟାସିଂ ପୁଲିସ୍‍ ଜଣେ ନାବାଳକ ସମେତ ୯ ଜଣକୁ ଗିରଫ କରିଥିଲା ।ଏହି ମାମଲାର ଶୁଣାଣି କରି ୨୦୧୯ ମସିହା ଏପ୍ରିଲ ୧୩ ତାରିଖରେ ଗୁଣପୁର ଅତିରିକ୍ତ ଦୌରାଜଜ୍ ୯ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ଅଭିଯୁକ୍ତ ମାନଙ୍କ ପକ୍ଷରୁ ଦଣ୍ଡାଦେଶ ର ପୁନର୍ବିଚାର ପାଇଁ ଆବେଦନ କରାଯାଇଥିଲା I ମାମଲାର ପୁନର୍ବିଚାର କରାଯାଇଥିଲେ ହେଁ ଫାଶୀ ଦଣ୍ଡାଦେଶ କାଏମ ରଖିଛନ୍ତି କୋର୍ଟ ।

Comments are closed, but trackbacks and pingbacks are open.