ରାଜଧାନୀରେ ୨ବର୍ଷ ଶିଶୁକୁ ଝୁଣି ପକାଇଲେ କୁକୁର

256

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବୁଲା କୁକୁରଙ୍କ ଆତଙ୍କ ।  ୨ ବର୍ଷର ଛୁଆକୁ ୧୫୦ ମିଟର ଘୋଷାଡ଼ି ଟାଣି ନେବା ସହ ଶିଶୁକୁ ଝୁଣି ପକାଇଲେ ତୁଗଲକ ଲେନ୍ ଧୋବି ଘାଟ ଅଞ୍ଚଳରେ ଆତଙ୍କ ଖେଳାଇଥିବା ବୁଲା କୁକୁର । ବୁଲା କୁକୁରଙ୍କ ଆକ୍ରମଣରେ ଶିଶୁଟିର ମୃତ୍ୟୁ ହୋଇଛି । ଶନିବାର ସଂଧାରେ ଘଟିଛି ଏହି ଅଭାବନୀୟ ଘଟଣା । ବୁଲା କୁକୁରଙ୍କ ପାଇଁ ଚାଲିଯାଇଛି ୨ ବର୍ଷର କଅଁଳ ଶିଶୁର ଜୀବନ । କିଛି ଦିନ ହେବ ଏହି ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ସୃଷ୍ଟି ହୋଇଛି । ଛୁଆତ ଛୁଆା ବଡ଼ ଲୋକ ମଧ୍ୟ ଘରୁ ବାହାରିବାକୁ ଭୟ କରୁଛନ୍ତି ।

ଦିଲ୍ଲୀ ପୁଲିସର କହିବା ଅନୁସାରେ ୨ବର୍ଷର କୁନିଝିଅ ଘର ବାହାରେ ବସିଥିଲେ । ସେହି ସମୟରେ ୪ରୁ ୫ଟି ବୁଲା କୁକୁର ଆସି ଶିଶୁ ଉପରେ ଆକ୍ରମଣ କରିଥିଲେ। ଘର ଠୁ କିଛି ଦୂରକୁ ଶିଶୁଟିକୁ ଘୋଷାଡ଼ି ନେଇଯାଇଥିଲେ । ୨ବର୍ଷର ଶିଶୁକୁ ଛୁଣି ମାରି ଦେଇଥିଲେ ଆାତଙ୍କ ଖେଳାଇଥିବା ବୁଲା କୁକୁର । ଏଭଳି ଅଘଟଣ ବେଳେ ପରିବାରର କେହି ସେଠାରେ ଉପସ୍ଥିତ ନଥିଲେ । କୁକୁରଙ୍କ ଆତଙ୍କ ଏତେ ଭୟଙ୍କର ଥିଲା କି କେହି ଚାହିଁଲେ ଭି ଛୁଆଟିକୁ କୁକୁରଙ୍କ ମୁହଁରୁ ଉଦ୍ଧାର କରିପାରିନଥିଲେ । ସମସ୍ତଙ୍କ ସାମ୍ନାରେ ଶିଶୁଟିକୁ ଆକ୍ରମଣ କରିଥିଲେ କୁକୁର ପଲ ।

ମୃତ ଶିଶୁର ପରିବାର ଲୋକ ଅଭିଯୋଗ କରିଛନ୍ତି କିଛି ଲୋକ ସେହି ଅଂଚଳରେ ଆାତଙ୍କ ଖେଳାଇଥିବା ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି । ତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି । ପୁଲିସ ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଘଟଣାର ତଦନ୍ତ ଜାରି ରହିଛି । ଘଟଣାରେ ପରେ ଅଂଚଳରେ କୋକୁଆ ଭୟ ଦେଖାଦେଇଛି । କେହି ବି ଛୁଆାକୁ ବାହାରକୁ ଏକା ଛାଡ଼ୁନାହାଁନ୍ତି  । ମନରେ ଭୟ ରହୁଛି କେତେବେଳେ ପୁଣି ଏଭଳି ଅଘଟଣ ଘଟିଯିବ ।

ନଗରପାଳିକା ପରିଷଦର ଏକ ବରିଷ୍ଠ ଅଧିକାରୀ କହିଛନ୍ତି ଏହା ବହୁତ ଦୁଃଖଦ ଏବଂ ସମ୍ବେଦନଶୀଳ ଘଟଣା । ପ୍ରାଣୀ ଚିକିତ୍ସକଙ୍କ ଏକଟିମ୍ ଘଟଣା ସ୍ଥଳରେ ପହଂଚିଥିଲେ । ସେହି ଅଂଚଳରେ କୁକୁରମାନଙ୍କର ଟୀକାକରଣ ଏବଂ ନିରାକରଣ କରାଯାଇଛି କି ନାହିଁ ଦେଖିଥିଲେ  । ଶିଶୁର ପରିବାର ବର୍ଗଙ୍କ କହିବା ଅନୁସାରେ ବୁଲା କୁକୁରଙ୍କ ଏ ପ୍ରଥମ ଘଟଣା ନୁହେଁ । ଘର ବାହାରେ ଖେଳୁଥିବା ପିଲା ମଧ୍ୟ ଅନେକ ଥର କୁକୁର କାମୁଡ଼ାର ଶିକାର ହୋଇଛନ୍ତି । ଘଟଣା ନେଇ ବାରମ୍ବାର ଏନେଇ ପ୍ରଶାସନକୁ ଜଣାଯାଇଛି । ହେଲେ କେହି ଶୁଣିନାହାଁନ୍ତି । ମୃତ ଶିଶୁର ପରିବାର କହିବା କଥା ଆମେ ଗରିବ ଲୋକ । ଯଦି ଏଠାରେ ବୁଲା କୁକୁରଙ୍କୁ କେହି ଖାଇବାକୁ ଦେବା ସମୟରେ ବିରୋଧ କରୁ ସେମାନେ ପୋଲିସରେ ଅଭିଯୋଗ କରିବାକୁ ଧମକ ଦିଅନ୍ତି ।

Comments are closed, but trackbacks and pingbacks are open.