ଶୁକ୍ରବାର ନମାଜ ପାଠ ବେଳେ ମସଜିଦରେ ଭୟଙ୍କର ବିସ୍ଫୋରଣ, ୩୦ ଜଣଙ୍କ ପ୍ରାଣହାନୀ

71

ପାକିସ୍ତାନର ପେଶାଓ୍ଵରରେ ଏକ ମସଜିଦରେ ନମାଜ ପାଠ ସମୟରେ ଭୟଙ୍କର ବିସ୍ଫୋରଣ ଘଟିଛି ଇ ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି I ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି ଇ ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଲେଡି ରିଡିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନମାଜ ପାଇଁ ମସଜିଦରେ ଅନେକ ଲୋକ ରହିଥିବାରୁ ମୃତ୍ୟସଂଖ୍ୟା ବଢିବାର ଆଶଙ୍କା ରହିଛି I ତୁରନ୍ତ ଉଦ୍ଧାରକାର୍ଯ୍ୟରେ ୧୫ ଆମ୍ବୁଲାନ୍ସ ନିୟୋଜିତ ହୋଇ ମୃତାହତ ଙ୍କୁ ଉଦ୍ଧାର କରୁଛନ୍ତି I
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଏହା ଏକ ଆତ୍ମଘାତୀ ହମଲା ଥିଲା I ମସଜିଦରେ ପ୍ରବଳ ଭିଡ ସମୟରେ ଦୁଇ ଜଣ ବ୍ୟକ୍ତି ମସଜିଦ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ I ଏହାକୁ ନେଇ ପୁଲିସ ଓ ଆକ୍ରମଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା I ଏହାର କିଛି ସମୟ ପରେ ବ୍ୟକ୍ତି ଜଣକ ବିସ୍ଫୋରଣ ରେ ନିଜକୁ ଉଡାଇଛନ୍ତି। ବିସ୍ଫୋରଣ ପୂର୍ବରୁ ପ୍ରଥମେ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା। ତେବେ ଏହି ଆତ୍ମଘାତୀ ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ପୋଲିସ୍ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି।

Comments are closed, but trackbacks and pingbacks are open.