ଚା’ କପ୍ ନା ବିସ୍କୁଟ୍‌

57

ଏଣିକିି ଚା’ ପିଇବା ପରେ ଏହାର କପ୍‌କୁ ଫିଙ୍ଗିବାକୁ ପଡ଼ିବ ନାହିଁ । ଶୁଣିବାକୁ ଅଜବ ମନେ ହେଲେ ବି ଏହି କଥା ସତ । ଗୁଜୁରାଟ ଭଦୋଦରାର କ୍ଲାନ୍ ଟି ହାଉସ୍ ଚା’ ଦୋକାନ ଗ୍ରାହକଙ୍କୁ ଏଭଳି ସେବା ଯୋଗାଉଛି । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଚାରିଜଣ ସାଙ୍ଗ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି । ସେମାନେ ମାଟି କି ପ୍ଲାଷ୍ଟିକ୍ କପ୍ ନୁହେଁ, ଖାଇବାଯୋଗ୍ୟ କପ୍‌ରେ ଗ୍ରାହକଙ୍କୁ ଚା’ ଦେଉଛନ୍ତି । ଯାହାର ସ୍ୱାଦ ଚକଲେଟ୍ ସଦୃଶ । ଏହି କପ୍‌କୁ ମଇଦାରେ ପ୍ରସ୍ତୁତ କରାଯାଇଛି । ସେହିପରି ଏହି କପ୍‌ରେ ଚା’ପିଇବା ଦ୍ୱାରା ବିସ୍କୁଟ୍ ଖାଇବା ଦରକାର ପଡ଼ି ନ ଥାଏ । କାରଣ ଏହା ବିସ୍କୁଟର ଅଭାବ ପୂରଣ କରିଥାଏ । ପ୍ଲାଷ୍ଟିକ୍ ଉପରେ କଟକଣା ଲାଗିବା ପରେ ସେମାନେ କିଛି ନୂଆ କରିବାକୁ ଚାହୁଁଥିଲେ । ସେହିପରି ପ୍ଲାଷ୍ଟିକ୍ ଓ କାଗଜ କପ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜାଣିଲେ । କେବଳ ଏତିକି ନୁହେଁ, କାଗଜ କପ୍ ଲାଗି ଗଛ କଟା ଯାଉଥିବାରୁ ତାହାର ପ୍ରଭାବ ପରିବେଶ ଉପରେ ପଡୁଥିବା ଜାଣି ଏହାର ବିକଳ୍ପ ଚିନ୍ତା କଲେ । ସେଇଠୁ ଏ କପ୍ ବାବଦରେ ଇଣ୍ଟରନେଟ୍‌ରୁ ଜାଣିଲେ ଏବଂ ପରେ କପ୍ ଅର୍ଡର ଦେଲେ । ଆଉ ଏବେ ଗ୍ରାହକ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ।

Comments are closed, but trackbacks and pingbacks are open.