ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ ବର୍ଷ ପଢ଼ିବେ ପିଲା

31

ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷା ଏବଂ ଗବେଷଣାରେ ଏକ୍ସିଲେନ୍ସି ଲାଗି ସ୍ନାତକରୁ ପାଠ୍ୟଖସଡାରେ ହେବ ପରିବର୍ତ୍ତନ । ପୂର୍ବରୁ +୩ରେ ଶିକ୍ଷାଦାନର ଅବଧି ସର୍ବାଧିକ ୩ ବର୍ଷ ରହିଥିଲା । ପ୍ରଥମ ଏବଂ ଦ୍ୱିତୀୟବର୍ଷକୁ ପ୍ରି-ଡିଗ୍ରୀ ଏବଂ ଶେଷବର୍ଷକୁ ଫାଇନାଲ ଡିଗ୍ରୀକୋର୍ସ ଭାବେ ଶିକ୍ଷାଦାନ ହେଉଥିଲା । ମାତ୍ର ଏଣିକି ଏହି ସ୍ନାତକ ଅବଧି ୪ ବର୍ଷ ହେବ । ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ଛାତ୍ରଛାତ୍ରୀଙ୍କୁ ୪ ବର୍ଷ ପଢ଼ିବାକୁ ପଡ଼ିବ । ୪ ବର୍ଷର କୋର୍ସ ଶେଷ କରିବା ପରେ ହିଁ ପିଲାମାନେ ସ୍ନାତକରେ ଅନର୍ସ ଡିଗ୍ରୀ ହାସଲ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି । ତେବେ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)ରେ ରହିଛି ୪ ବର୍ଷିଆ ପାଠ୍ୟକ୍ରମ । ଛାତ୍ରଛାତ୍ରୀମାନେ ଇଚ୍ଛା ଅନୁସାରେ ୩ ବର୍ଷ କିମ୍ବା ୪ ବର୍ଷର ଡିଗ୍ରୀ ପାଠ୍ୟକ୍ରମ ପଢ଼ିବେ । ବର୍ଷକ ପାଠପଢ଼ା ଶେଷରେ ଗୋଟିଏ ପ୍ରମାଣପତ୍ର ମଧ୍ୟ ମିଳିବ । ୪ଟି ସେମିଷ୍ଟାର ଅର୍ଥାତ ୨ ବର୍ଷ ପରେ ଡିପ୍ଲୋମା ସାର୍ଟିଫିକେଟ ପ୍ରଦାନ କରାଯିବ । ୩ବର୍ଷ ତଥା ୬ଟି ସେମିଷ୍ଟାର ଶେଷରେ ସ୍ନାତକ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯିବ । ଅନର୍ସ କିମ୍ବା ରିସର୍ଚ୍ଚ ସହ ଡିଗ୍ରୀ ପାଇଁ ୪ ବର୍ଷ (୮ଟି ସେମିଷ୍ଟାର) ବାଧ୍ୟତାମୂକଳ କରାଯିବ । ଏ ସଂକ୍ରାନ୍ତରେ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ଦିଆଯାଇଛି । ଆସନ୍ତା ସୋମବାର ଏ ସମ୍ପର୍କରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଉଚ୍ଚଶିକ୍ଷା ବା +୩ରେ ସଂସ୍କାର ପାଇଁ ପ୍ରସ୍ତାବ ଦିଆଯାଇଛି । ଦୁଇବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷରେ ସ୍ନାତକ ସାର୍ଟିଫିକେଟ ଦିଆଯିବ । ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ପଡିବ । ଏନେଇ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୯୮୦ରୁ ୩ବର୍ଷିଆ ଅନର୍ସ ଡିଗ୍ରୀ ପ୍ରଦାନ କରି ଆସୁଛନ୍ତି ।

Comments are closed, but trackbacks and pingbacks are open.