ନାଥୁରାମ ଗଡ୍‌ସେ ନାଁରେ ରାସ୍ତାର ନାମକରଣ ପରେ ଉତ୍ତେଜନା ,ଥାନାରେ ମାମଲା ରୁଜୁ

34

ଜାତିର ପିତା ମହାତ୍ମାଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ଙ୍କ ନା ରେ ରାସ୍ତା ନାମିତ ହେବ କାରଣ ରୁ ଉତ୍ତେଜନା ଦେଖାଦେଇଛି I କର୍ଣ୍ଣାଟକର ଉଡ଼ୁପିର ଜିଲ୍ଲାରେ ଏକ ରାସ୍ତାରେ କେହି ଦୁର୍ବୃତ୍ତ ନାଥୁରାମ ଗଡ଼ସେଙ୍କ ନାମରେ ସାଇନ ବୋର୍ଡ଼ ଲଗାଇଥିବା ଜଣାପଡ଼ିଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ପଞ୍ଚାୟତକୁ ସତର୍କ କରାଯାଇଥିଲା। ହେଲେ ତଥାପି ସାଇନ ବୋର୍ଡ ନ ହଟିବାରୁ ଏନେଇ ଥାନାରେ ମାମଲା ହୋଇଛି।

ଉଡ଼ୁପି ଜିଲ୍ଲାର କରକାଲା ତାଲୁକ ନିକଟସ୍ଥ ବୋଲା ଗ୍ରାମପଞ୍ଚାୟତ ରାସ୍ତାରେ ଏକ ସିମେଣ୍ଟ କଙ୍କ୍ରିଟ ନିର୍ମିତ ସାଇନବୋର୍ଡ଼ ଲାଗିଛି। ସେଥିରେ ଉକ୍ତ ରାସ୍ତାକୁ ‘ପାଡୁଗିରି ନାଥୁରାମ ଗଡ଼ସେ’ ରୋଡ଼ରେ ନାମକରଣ କରାଯାଇଥିଲା। ତେବେ ପୁଲିସ ସାଇନବୋର୍ଡ ଉଠାଇବା ପୂର୍ବରୁ ଏହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ସାଇନ୍‌ବୋର୍ଡଟି କର୍ଣ୍ଣାଟକ ଶକ୍ତିମନ୍ତ୍ରୀଙ୍କର ନିର୍ବାଚନ ମଣ୍ଡଳୀ କର୍କଲା ବ୍ଲକ ବୋଲୋ ଗ୍ରାମ ପଞ୍ଜାୟତରେ ଲାଗିଥିଲା। ତେବେ ଏହା ସରକାର କିମ୍ବା ପଞ୍ଚାୟତ ପକ୍ଷରୁ ଲଗାଯାଇ ନଥିଲା। କିଛି ଦୁର୍ବୃତ୍ତ ଏଭଳି ଅସାମାଜିକ କାର୍ଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି। ସେହିପରି ଗଡ଼ସେଙ୍କ ନାମ ଫଳକକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କର୍ଣ୍ଣାଟକ କଂଗ୍ରେସ ଯୁବ ସଭାପତି ୟୋଗେଶ ଇନ୍ନା। ସେ କହିଛନ୍ତି ଯେ, ୨ ଦିନ ପୂର୍ବରୁ ବୋଲା ପଞ୍ଚାୟତରେ ଏଭଳି ନାମ ଫଳକ ଲାଗିଥିଲା। ସେ କହିଛନ୍ତି ଯେ, ଦେଶର ପ୍ରଥମ ଆତଙ୍କବାଦୀ ଗଡ଼ସେଙ୍କୁ ନେଇ ଏମିତି ସର୍ବସାଧାରଣରେ ନାମ ଫଳକ ଲାଗିବା ଦୁର୍ଭାଗ୍ୟଜନକ। ଆମେ ଏହାକୁହ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି।

Comments are closed, but trackbacks and pingbacks are open.