କଲେଜ ଛାତ୍ରୀଙ୍କ ଉପରେ ଚଢିଗଲା କାର୍‌

28

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାବନ୍ଦ ଗ୍ରାମ ଛକଠାରେ କାର୍ ଦୁର୍ଘଟଣାରେ ୩ କଲେଜ ଛାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରୀଙ୍କୁ ଭାଟକୁମରଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଭାବନ୍ଦ ଗ୍ରାମଛଠାରେ ଥିବା ୩ ଜଣ ଛାତ୍ରୀଙ୍କୁ ଦୃତ ଗତିରେ ଆସୁଥିବା ଏକ କାର(ନଂ-ଓଡି୦୭ଏନ୍‌-୨୯୩୬) ଧକ୍କା ଦେଇଥିଲା । ଗାଋି ଚାଳକ ନିୟନ୍ତ୍ରଣ ହରାଇବାରୁ ରାସ୍ତା ପାଶ୍ୱର୍ରେ ସାଇକେଲ ଧରି ଛିଡା ହୋଇଥିବା ୩ ଛାତ୍ରୀଙ୍କୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଶକ୍ତ ଥିଲା ଯେ ଛାତ୍ରୀମାନେ ଉପରକୁ ଉଠି ତଳେ ପଡ଼ିଥିଲେ । ପରେ କାର୍‌ଟି ରାସ୍ତା ପ୍ରାଶ୍ୱର୍ରେ ଥିବା ଏକ ପାନ ଦୋକାନ ଭିତରେ ପଶିଯାଇଥିଲା । ଗୁରୁତର ଛାତ୍ରୀମାନେ ନରେନ୍ଦ୍ରପୁର କ୍ଷେତ୍ର ମୋହନ ବିଜ୍ଞାନ କଲେଜର ଛାତ୍ରୀ ସୁମିତ୍ରା ସାମଲ (୧୬), ଇତିଶ୍ରୀ ପ୍ରଧାନ(୧୬), ଶୁଭଶ୍ରୀ ନାୟକ (୧୬) । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ôଚ ଗୁରୁତର ବିଦ୍ୟାର୍ଥୀଙ୍କୁ ଉଦ୍ଧାର କରି ଭାଟକୁମରଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ପୁଲିସ ପହଞ୍ôଚ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଚାଳକକୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି ।

Comments are closed, but trackbacks and pingbacks are open.