ବ୍ରିଟିଶ ଦମ୍ପତିଙ୍କୁ ମିଳିଲା ୨.୩ କୋଟିର ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା

30

ଲଣ୍ଡନ: ବ୍ରିଟେନର ଜଣେ ଦମ୍ପତିଙ୍କ ପ୍ରତି ଲକ୍ଷ୍ମୀ ପ୍ରସନ୍ନ ହୋଇଛନ୍ତି । ବାସଭବନର ଆଧୁନିକୀକରଣ କରୁଥିବାବେଳେ ଏହି ଦମ୍ପତିଙ୍କ ରୋଷେଇ ଘର ମାଟିତଳୁ ୨.୩ କୋଟି ଟଙ୍କାର ୨୬୪ଟି ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା ମିଳିଥିବା ଜଣାପଡିଛି । ସେମାନେ ଏହି ସ୍ୱର୍ଣ୍ଣମୁଦ୍ରାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନର୍ଥ ୟର୍କସାୟାରରେ ଏହି ଦମ୍ପତି ଆଜକୁ ୧୦ ବର୍ଷ ହେଲା ଉକ୍ତ ଘରେ ବାସବାସ କରୁଛନ୍ତି । ଘର ମରାମତି କାର୍ଯ୍ୟ ଚାଲିଥିବାବେଳେ ଶ୍ରମିକମାନେ ରୋଷେଇ ଘରର ମେଜିଆ ଖୋଳିଥିଲେ । କେବଳ ୬ ଇଞ୍ଚ ଖୋଳିବାପରେ ଗୋଟିଏ କେନ୍ ସାଇଜ୍ ଟିଣ ଦେଖିବାକୁ ମିଳିଥିଲା । ପ୍ରଥମେ ସେମାନେ ଏହାକୁ ଇଲେକ୍ଟ୍ରକ୍ କେବୁଲ ବୋଲି ଭାବିଥିଲେ । ତେବେ ବାହାରକୁ ଅଣାଯିବାପରେ ଉକ୍ତ କେନ୍ ମଧ୍ୟରେ ୨୬୪ଟି ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା ରହିଥିବା ଜଣାପଡିଥିଲା । ଏହି ସ୍ୱର୍ଣ୍ଣମୁଦ୍ରାଗୁଡିକ ବ୍ରିଟିଶ ସମ୍ରାଟ ଜେମ୍‌ସ ପ୍ରଥମ ଓ ଚାର୍ଲିସ ପ୍ରଥମଙ୍କ ରାଜତ୍ୱ କାଳର (୧୬୧୦-୧୭୨୭ ମସିହା) ବୋଲି ଜଣାପଡିଛି ।

Comments are closed, but trackbacks and pingbacks are open.