ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବଡ ଉପହାର,ଆରମ୍ଭ ହେବ‘ଆୟୁଷମାନ ଭବଃ’ କାର୍ଯ୍ୟକ୍ରମ

174

ଆସନ୍ତା ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ । ଏହି ଅବସରରେ ଦେଶବାସୀଙ୍କୁ ବଡ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଦେଶରେ ଆରମ୍ଭ ହେବାକୁ ଯାଉଛି ‘ଆୟୁଷମାନ ଭବଃ’ ଯୋଜନା । ଏହା ଦ୍ୱାରା ଅନେକ ଲୋକ ଉପକୃତ ହେବେ ।ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି, ଚଳିତବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆୟୁଷମାନ ଭବଃ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ । ପ୍ରତ୍ୟେକ ରାଜ୍ୟରେ ଲାଗୁ ହୋଇଥିବା ସ୍ୱାସ୍ଥ୍ୟ ସ୍କିମ୍ ଜରିଆରେ ଏହି ଯୋଜନାରୁ ହିତାଧିକାରୀଙ୍କୁ ଲାଭ ମିଳିପାରିବ ।

ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ରାଜ୍ୟରେ ଆୟୁଷମାନ ଭବଃ ଶିବିର ଅନୁଷ୍ଠିତ ହେବ । ଏବଂ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ହଜାର ଲୋକଙ୍କୁ ଆୟୁଷମାନ ଭବଃ କାର୍ଡ ପ୍ରଦାନ କରାଯିବ । ଆଗାମୀ ଦିନରେ ଏହି ସେବା ଅଧିକରୁ ଅଧିକ ଲୋକଙ୍କ ନିକଟରେ କିପରି ପହଞ୍ଚିପାରିବ ସେନେଇ ପ୍ରୟାସ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ।

Comments are closed, but trackbacks and pingbacks are open.