ଡିସେମ୍ବର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

21

ଓମିକ୍ରୋନ ପାଇଁ କେନ୍ଦ୍ର ସରକାର ଆଜି ବିଦେଶ ରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି I ତାହା ଆଜି ମଧ୍ୟ ରାତ୍ରରୁ ଲାଗୁ ହେଉଛି I ସେହିପରି ଓଡିଶା ସରକାର ମଧ୍ୟ ଡିସେମ୍ବର ଗାଇଡଲାଇନ ଜାରି କରିଛନ୍ତି I ଏହା ଆସନ୍ତା କଲି ଠାରୁ ଲାଗୁ ହେବାକୁ ଯାଉଛି । ଏହି କଟକଣା ଆସନ୍ତା ନୂଆ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହି ଅନୁସାରେ ଆସନ୍ତା କାଲି ରାତି ୧୦ରୁ ସକାଳ ୫ ଯାଏଁ ସହରାଞ୍ଚଳ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାଜ୍ୟର କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବନି । ପ୍ରଦର୍ଶନୀ, ଏକ୍ସପୋ, ମେଳା ଓ ବାଣିଜ୍ୟ ଉପରେ କଟକଣା ଲାଗୁ ହୋଇଛି । ସେହିପରି କ୍ଲବ କନଭେନ୍ସନ ହଲ, କଲ୍ୟାଣ ମଣ୍ଡପରେ ଜନସମାଗମ ମନା ହୋଇଛି ।ସେହିପରି ନୂଆବର୍ଷକୁ ସ୍ୱାଗତ କରିବାକୁ ହେବନି କୌଣସି କାର୍ଯ୍ୟକ୍ରମ । ନୂଆ ବର୍ଷରେ ସର୍ବସାଧାରଣ ସ୍ଥାନରେ ପିକନିକ ଉପରେ ବି କଟକଣା ଲଗାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ, ପାର୍କରେ ଜଣ ସାଧାରଣ ଏକାଠି ହୋଇ ପାରିବେ ନାହିଁ । ଏହି କଟକଣା ଆସନ୍ତା ୩୧ ଡିସେମ୍ବର ଓ ୧ ଜାନୁଆରୀ ଯାଏ ରହିବ ।
ସେହିପରି ନୂଆବର୍ଷକୁ ସ୍ୱାଗତ କରିବାକୁ ହୋଟେଲ ମାନଙ୍କରେ ହେବନି କୌଣସି କାର୍ଯ୍ୟକ୍ରମ । ସରକାର ଙ୍କ ତରଫ ରୁ ଜିରୋ ନାଇଟ ସେଲିବ୍ରେସନ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି I

Leave A Reply

Your email address will not be published.