ଓମିକ୍ରନ ପାଇଁ ଆଜି ମଧ୍ୟରାତ୍ରରୁ ବିଦେଶୀ ଯାତ୍ରୀଙ୍କ ପାଇଁ ଲାଗୁ ହେବ ଏହି ସବୁ ନିୟମ

21

ସାରା ବିଶ୍ୱ ରେ ବର୍ତ୍ତମାନ କରୋନାର ପ୍ରଜାତି ରେ ସୃଷ୍ଟି ଓମିକ୍ରନକୁ ନେଇ ଚିନ୍ତା ଘାରିଛି I ଏହାକୁ ନେଇ ଅନ୍ୟ ଦେଶମାନଙ୍କ ପରି ଭାରତ ସରକାରଙ୍କ ଚିନ୍ତା ବଢ଼ିଛି। ଏଥିପାଇଁ ଆଜି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି। ଏହି ନିୟମ ଆଜି ମଧ୍ୟରାତ୍ରରୁ ଆରମ୍ଭ ହେବ। ଓମିକ୍ରନକୁ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ବୈଠକ କରିବା ପରେ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି।
୧-ସଂକ୍ରମିତ ପ୍ରବଣ ଦେଶରୁ ଭାରତ ଆସୁଥିବା ଲୋକଙ୍କ ଟେଷ୍ଟ ଏୟାରପୋର୍ଟରେ ହିଁ କରାଯିବ। ସେମାନଙ୍କର ଆରଟି-ପିସିଆର ଟେଷ୍ଟ ରିପୋର୍ଟ ନ ଆସିବା ଯାଏ ସେମାନେ ଏୟାରପୋର୍ଟ ଛାଡ଼ିପାରିବେ ନାହିଁ। ଯଦି ରିପୋର୍ଟ ନେଗେଟିଭ ଆସିବ, ତା’ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୭ ଦିନ ହୋମ କ୍ୱାରେଣ୍ଟିନରେ ରଖାଯିବ। ୮ମ ଦିନ ସେ ପୁଣି ଟେଷ୍ଟ ହେବ। ରାଜ୍ୟର ଅଧିକାରୀମାନେ ହୋମ କ୍ୱାରେଣ୍ଟିନରେ ରହୁଥିବା ଲୋକଙ୍କ ଗତିବିଧି ଉପରେ ନଜର ରଖିବେ।
୨-ଯଦି କାହାର ରିପୋର୍ଟ ପଜିଟିଭ ଆସିବ, ତା’ହେଲେ ତାଙ୍କୁ ତୁରନ୍ତ ଆଇସୋଲେସନ କରି ଚିକିତ୍ସା ଯୋଗାଇ ଦିଆଯିବ। ସେହପରି ଜେନୋମ ସିକ୍ୱେନ୍ସିଂ ପାଇଁ ତାଙ୍କ ନମୁନା ପଠାଯିବ। ଏହାଦ୍ୱାରା ବ୍ୟକ୍ତି ଜଣଙ୍କ କେଉଁ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଛନ୍ତି, ସେକଥା ଜଣାପଡ଼ିବ। ପଜିଟିଭ ଆସୁଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଦାୟିତ୍ୱ ରାଜ୍ୟ ସରକାରଙ୍କର। ୧୪ ଦିନ ଯାଏ ସବୁ ନିୟମକୁ ସରକାର ବ୍ୟକ୍ତିଙ୍କ କ୍ଷେତ୍ରରେ ଲାଗୁ କରିବେ।
୩-ଅଧିକ ସଂକ୍ରମିତ ବା ରିସ୍କ ରହିଥିବା ଦେଶରୁ ଆସୁଥିବା ଲୋକଙ୍କୁ ଏୟାରପୋର୍ଟରେ ରହିବାକୁ ପଡ଼ିବ। ତେଣୁ ସେମାନଙ୍କୁ ଏଥିପାଇଁ ପ୍ରସ୍ତୁତ ହୋଇ ଆସିବାକୁ କୁହାଯାଇଛି। ରିପୋର୍ଟ ନ ଆସିବା ଯାଏ ଜଣେ ଯାତ୍ରୀଙ୍କୁ ଏୟାରପୋର୍ଟରେ ହିଁ ରହିବାକୁ ହେବ। ରିସ୍କ ଦେଶ ଗୁଡ଼ିକ ମଧ୍ୟରେ ୟୁକେ, ୟୁରୋପରେ ଥିବା ସମସ୍ତ ୪୪ଟି ଦେଶ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋଟସୱାନା, ଚାଇନା, ମରିସସ, ନ୍ୟୁଜିଲ୍ୟାଣ୍ଡ, ଜିମ୍ବାୱେ,ସିଙ୍ଗାପୁର, ହଂକଂ ଓ ଇସ୍ରାଏଲ।
୪-ରାଜ୍ୟମାନଙ୍କୁ ଅଧିକ ସତର୍କ ରହିବାକୁ ହେବ। ବିଶେଷ କରି ବିମାନ, ପୋର୍ଟ କିମ୍ବା ସଡ଼କ ପଥରେ ଆସୁଥିବା ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। ଟେଷ୍ଟ, ଟ୍ରାକ, ଟ୍ରିଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ର ସରକାର କହିଛନ୍ତି।
୫- ରାଜ୍ୟ ସରକାରମାନଙ୍କୁ ଟେଷ୍ଟିଂକୁ ଜୋରଦାର କରିବାକୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସବୁ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖିବା, ହୋମ ଆଇସୋଲେସନକୁ ନିୟମିତ ସମୀକ୍ଷା କରିବା ସହ କଠୋର କଣ୍ଟେନମେଣ୍ଟ, ସକ୍ରିୟ ସର୍ଭେଲାନ୍ସ, ହଟସ୍ପଟ ଚିହ୍ନଟ କରିବାକୁ ବି କୁହାଯାଇଛି। ଆରଟି-ପିସିଆର ଓ ଆଣ୍ଟିଜେନ ଟେଷ୍ଟ କିଟ୍‌ ଦ୍ୱାରା ଅଧିକରୁ ଅଧିକ ଟେଷ୍ଟ ପାଇଁ ବ୍ୟବସ୍ଥା ହେବ।

Leave A Reply

Your email address will not be published.