ଆସନ୍ତା ୪ରେ ବାତ୍ୟା ଉପକୂଳ ଛୁଇଁବ :ଆଇଏମ୍‌ଡି ଡିଜି

23

ଆସନ୍ତା ୪ ତାରିଖ ରେ ବାତ୍ୟା ଉପକୂଳ ଛୁଇଁବା ବୋଲି ଆଜି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଡିସେମ୍ବର ୪ ତାରିଖ (ଶନିବାର) ସକାଳେ ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହା ପ୍ରଭାବରେ ୩ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇଯିବ।ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା କାଳକ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଗତିକରି ୨ ତାରିଖରରେ ଡିପ୍ରେସନ ପରିଣତ ହେବ। ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ୩ ତାରିଖ ମଧ୍ୟରାତ୍ରରୁ ପବନର ବେଗ ବଢ଼ିବ। ଘଣ୍ଟା ପ୍ରତି ୪୫ରୁ ୫୦ କିମି ବେଗରେ ପବନ ହୋଇପାରେ। ୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ। ତେବେ ଉପକୂଳରେ ପହଞ୍ଚିଲେ ବି ଏହା ତୁରନ୍ତ ସ୍ଥଳଭାଗ ଛୁଇଁ ନପାରେ। ଉପକୂଳ ଛୁଇଁବା ପରେ ବାତ୍ୟା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି।ତାଙ୍କ ସୂଚନା ଅନୁଯାୟୀ, ବାତ୍ୟାର ପ୍ରଭାବ ଉପକୂଳ ଓଡ଼ିଶାରେ ଅଧିକ ରହିବ। ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। କାଳକ୍ରମେ ଉତ୍ତର ଉପକୂଳରେ ବର୍ଷାର ପରିମାଣ ବଢ଼ିବ। ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ। ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୫ ତାରିଖରେ କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ।
ଏହି ବାତ୍ୟା ସର୍ବାଧିକ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇପାରେ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି। ତା’ସହିତ ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଡିସେମ୍ବର ୨ ତାରିଖ ସୁଦ୍ଧା ଫେରି ଆସିବାକୁ ସେ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.