ସାମ୍ବାଦିକ ମାନଙ୍କୁ ବିଧାନସଭା ପ୍ରବେଶ କୁ ଅନୁମତି ଦିଆଯାଉ : ନରସିଂହ ମିଶ୍ର

21

କୋଭିଡ ମହାମାରୀ ସଂକ୍ରମଣ ବ୍ୟାପିବା ପରେ ସମସ୍ତ ସାମ୍ବାଦିକ ମାନଙ୍କୁ ଲୋକସେବା ଭବନ(ସେକ୍ରେଟେରିଏଟ ) ସହିତ ବିଧାନସଭା ପ୍ରବେଶ କୁ ବାରଣ କରାଯାଇଥିଲା I ତେବେ ଆସନ୍ତା ୧ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ରୁ ଏ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସାମ୍ବାଦିକମାନଙ୍କୁ ବିଧାନସଭାର ପ୍ରେସ୍ ଗ୍ୟାଲେରୀରେ ପ୍ରବେଶ ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି।
ଶ୍ରୀ ମିଶ୍ର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, କୋଭିଡ୍ ମହାମାରୀ ଆରମ୍ଭ ହେବା ଦିନଠୁ ବିଧାନସଭାର ପ୍ରେସ୍ ଗ୍ୟାଲେରୀକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୁମତି ଦିଆଯାଉ ନାହିଁ। ତେବେ ଆସନ୍ତା ଡିସେମ୍ବର ୧ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ଅଧିବେଶନ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଧାନସଭାର ପ୍ରେସ୍ ଗ୍ୟାଲେରୀକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। କୋଭିଡ୍ ଗାଇଡଲାଇନ ପାଳନ କରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଖବର ସଂଗ୍ରହ କରିବାକୁ ପରାମର୍ଶ ଦିଆଯାଉ ବୋଲି ସେ କହିଛନ୍ତି।

Leave A Reply

Your email address will not be published.