‘ଓମିକ୍ରନ’ ଉପରେ କେତେ ପ୍ରଭାବଶାଳୀ କରୋନା ଭ୍ୟାକ୍ସିନ ! ବୈଜ୍ଞାନିକ ଙ୍କ ଗବେଷଣା ଚାଲିଛି

23

କରୋନା ଭାଇରସ୍‌ର ନୂତନ ସ୍ଵରୂପ ବର୍ତ୍ତମାନ ସମଗ୍ର ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି। ପୁଣି ଥରେ ଅନେକ ଦେଶରେ ଲକ୍‌ଡାଉନ୍‌ ଏବଂ କରୋନା ସଂପର୍କିତ କଟକଣାର ଆଶଙ୍କା ବଢାଇ ଦେଇଛି। ଏହା ମଧ୍ୟରେ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିଲାଣି ଯେ, ଓମିକ୍ରନ ଭାରିଏଣ୍ଟର ମୁକାବିଲା ପାଇଁ ବର୍ତ୍ତମାନର ଭ୍ୟାକ୍ସିନ ପ୍ରଭାବଶାଳୀ କି ନୁହେଁ। ଦୁନିଆର ଶୀର୍ଷ ବୈଜ୍ଞାନିମାନେ ଓମିକ୍ରନ ଭାରିଏଣ୍ଟ ଉପରେ କଡା ନଜର ରଖିଛନ୍ତି ଏବଂ ଏହାର ଯାଞ୍ଚ ଜାରି ରହିଛି।
ଫାର୍ମା କମ୍ପାନୀ ମୋଡର୍ଣ୍ଣାର ମୁଖ୍ୟ ମେଡିକାଲ ଅଫିସର ପଲ୍ ବର୍ଟନ କହିଛନ୍ତି, ବର୍ତ୍ତମାନର ଭ୍ୟାକ୍ସିନ ଓମିକ୍ରନ ଭାରିଏଣ୍ଟ ଉପରେ ପ୍ରଭାବ ପକାଇବ କି ନାହିଁ ତାହା ସନ୍ଦେହ। ଯଦି ଏମିତି ହୁଏ ତେବେ ଭ୍ୟାକ୍ସିନରେ ସୁଧାର କରାଯାଇ ପରବର୍ତ୍ତୀ ଡୋଜ୍ ଆସନ୍ତା ବର୍ଷ ସୁଦ୍ଧା ଉପଲବ୍ଧ ହୋଇପାରେ। ବ୍ଲୁମର୍ଗର ଏକ ଖବର ଅନୁଯାୟୀ, ପଲ୍ ବର୍ଟନ କହିଛନ୍ତି, ମୋଡର୍ଣ୍ଣା ଓମିକ୍ରନ ଭାରିଏଣ୍ଟ ବିରୋଧରେ ବର୍ତ୍ତମାନର ଭ୍ୟାକ୍ସିନ କେତେ ପ୍ରଭାବଶାଳୀ ତାର ଯାଞ୍ଚ କରୁଛି। କମ୍ପାନୀ ଦୁଇଟି ବୁଷ୍ଟର ଡୋଜ୍ ଉପରେ ଅଧ୍ୟୟନ କରୁଛନ୍ତି।
ବ୍ରିଟେନର ସ୍ଵାସ୍ଥ୍ୟ ସଚିବ ସାଜିଦ ଜାଭେଦ କହିଛନ୍ତି, ଓମିକ୍ରନ ସଂପର୍କିତ ୨ ମାମଲା ସମ୍ନାକୁ ଆସିବା ପରେ ଜରୁରୀ ପଦକ୍ଷେପ ନିଆଯାଇଛି। ବୈଜ୍ଞାନିକ ମାନେ ଏହି ନୂତନଭାରୀଏଣ୍ଟ ଉପରେ ଗବେଷଣା ଚଳାଇଛନ୍ତି। ବର୍ତ୍ତମାନ ଦେଶରେ ଓ୍ଵାର୍କ ଫ୍ରମ ହୋମ୍ ଏବଂ କୋରନା କଟକଣା ଲଗାଯିବାର ଆବ୍ୟକତା ନାହିଁ। ପଲ୍ ବର୍ଟନ ବିବିସି ସହ ଆଲୋଚନା ବେଳେ କହିଛନ୍ତି , ଓମିକ୍ରନ ଭାରିଏଣ୍ଟ ବିରୋଧରେ ବର୍ତ୍ତମାନର ଭ୍ୟାକ୍ସିନ କେତେ ପ୍ରଭାବଶାଳୀ ଜାଣିବା ପାଇଁ ହେଲେ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ।
ଯଦି ଆମକୁ ନୂତନ ଭ୍ୟାକ୍ସିନର ଆବଶ୍ୟକତା ଅନୁଭବ ହୁଏ ତେବେ ଏହା ଆଗାମୀ ୨୦୨୨ ସୁଦ୍ଧା ଏହା ବହୁ ପରିମାଣ ରେ ଉପଲବ୍ଧ ହୋଇ ପାରିବ। ବର୍ତ୍ତମାନର ଭ୍ୟାକ୍ସିନ କେତେ ପ୍ରଭାବଶାଳୀ ଏହା ସେହି କଥା ଉପରେ ନିର୍ଭର କରେ ଯେ, ବ୍ୟକ୍ତି ଜଣଙ୍କ କେତେ ସମୟ ପୂର୍ବରୁ ଭ୍ୟାକ୍ସିନ ନେଇଥିଲେ।ତେବେ ବର୍ତ୍ତମାନ ସୁଦ୍ଧା ଯେଉଁମାନେ କରୋନା ଭ୍ୟାକ୍ସିନ ନେଇ ନାହାନ୍ତି ,ତୁରନ୍ତ ଭ୍ୟାକ୍ସିନ ନେବାକୁ ପରାମର୍ଶ ଦିଆଯାଇଛି I

Leave A Reply

Your email address will not be published.