RT-PCR ମାଧ୍ୟମରେ ହେଇପାରିବ କି ‘ଓମିକ୍ରନ’ ଟେଷ୍ଟ ଆସନ୍ତୁ ଜାଣିବା

17

ନିକଟରେ ଦକ୍ଷିଣ ଆଫ୍ରିକା ରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାର ରହିଛି I ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଅନୁସାରେ ଏହି ନୂଆ ଭାରିଆଣ୍ଟ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ଦ୍ରୁତ ଗତିରେ ଏହା ଲୋକଙ୍କୁ ସଂକ୍ରମିତ କରିଥାଏ Iଯାହାକୁ ନେଇ ଏବେ ସାରା ବିଶ୍ୱରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି । ଭାରତରେ ମଧ୍ୟ ସମସ୍ତ ରାଜ୍ୟ ମାନଙ୍କୁ ଚିଠି କରି ଏଥିପାଇଁ ସତର୍କ ରହିବାକୁ ନିର୍ଦେଶ ଜାରି କରାଯାଇଛି
ତେବେ ଆସନ୍ତୁ ଜାଣିବା ଆରଟି-ପିସିଆର୍ ଟେଷ୍ଟରେ ଓମିକ୍ରନ ଭାରିଆଣ୍ଟର ସଂକ୍ରମଣକୁ ଜାଣିହେବ କି ନାହିଁ?
ଓମିକ୍ରନ୍ ହେଉଛି କରୋନା ଭାଇରସର ଏକ ନୂଆ ରୂପ । ଯାହାକି ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଛି । ନେଟୱର୍କ ଫର୍ ଜିନୋମିକ୍ ସର୍ଭେଲାନ୍ସ ଇନ୍ ସାଉଥ୍ ଆଫ୍ରିକାରର କହିବା ମୁତାବକ, ଏହି ନୂଆ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକାରର ଗୌତଙ୍ଗେ ଅଞ୍ଚଳରେ ଲୋକଙ୍କୁ ଅଧିକ ସଂକ୍ରମିତ କରିଛି । ତାସହିତ ଘଏଝ-ଝଇ ର କହିବା ମୁତାବକ, ଏହି ସଂକ୍ରମଣ ଆଗକୁ ମଧ୍ୟ ଅଧିକ ବଢିପାରେ ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ଅନୁସାରେ, ଏହି ଓମିକ୍ରନ ଭାରିଆଣ୍ଟ ପୂୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ଅର୍ଥାତ ଏହି ନୂଆ ଭାରିଆଣ୍ଟ ଲୋକଙ୍କୁ ଅଧିକ ସଂକ୍ରମିତ କରୁଛି କି ନାହିଁ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ନାହିଁ । ତେବେ ଏଥ ଖୁସି ଖବର ହେଉଛି ଆରଟି-ପିସିଆର୍ ଟେଷ୍ଟ ମାଧ୍ୟମରେ ଏହି ଭୂତାଣୁକୁ ଚିହ୍ନଟ କରିହେବ ବୋଲି ସୂଚନା ମିଳିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରାରମ୍ଭିକ ପଚରାଉଚୁରା ପରେ ଜାଣିପାରିଛି ଯେ, ପୂର୍ବରୁ ଯେଉଁ ଲୋକମାନେ କରୋନାରେ ସଂକ୍ରମିତ ହୋଇଥିଲେ ସେମାନେ ଏହି ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି । ଅର୍ଥାତ ଆପଣ ଯଦି ପୂର୍ବରୁ କୋଭିଡରେ ସଂକ୍ରମିତ ହୋଇଥିଲେ ତେବେ ଅଧିକ ସତର୍କ ରହିବା ଆବଶ୍ୟକ ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ତା ସହିତ ଭ୍ୟାକ୍ସିନ ଉପରେ ମଧ୍ୟ କାମ ଆରମ୍ଭ କରିଦେଇଛି । ଏହି ନୂଆ ଭାରିଆଣ୍ଟକୁ ଭ୍ୟାକ୍ସିନ କେତେ ଦୂର ଟକ୍କର ଦେଇପାରିବ ସେନେଇ ମଧ୍ୟ ଗବେଷଣା ଆରମ୍ଭ ହୋଇଯାଇଛି । ତେବେ ଏହା କେତେ ଫଳପ୍ରଦ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିିନାହିଁ ।
ଏପର୍ଯ୍ୟନ୍ତ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ବ୍ୟକ୍ତିର ସ୍ୱାସ୍ଥ୍ୟାବସ୍ଥା କେତେ ଗମ୍ଭୀର ହେଉଛି ତାହା ସ୍ପଷ୍ଟ ହୋଇନାହିଁ । ଏପର୍ଯ୍ୟନ୍ତ ଓମିକ୍ରନ ଭାରିଆଣ୍ଟର ଲକ୍ଷଣ ପୂର୍ବ ଭାରିଆଣ୍ଟ ଅପେକ୍ଷା କେତେ ଭିନ୍ନ ତାହା ମଧ୍ୟ ସଠିକ୍ ଭାବେ କୁହାଯାଇନାହିଁ ।
ବର୍ତ୍ତମାନର ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକାରେ ଏବେ କୋଭିଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ହେଲେ ଏହା ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁ ହେଉଛି ନା ଏହାର କାରଣ ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନି । ଦକ୍ଷିଣ ଆଫ୍ରିକାର ଯୁବକମାନଙ୍କ ପାଖରେ କୋଭିଡର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି । ହେଲେ ଓମିକ୍ରନ ସଂକ୍ରମଣ କେତେ ଭୟାନକ କି ନୁହେଁ ତାହା ଜାଣିବାକୁ କିଛି ସମୟ ଲାଗିପାରେ ବୋଲି କୁହାଯାଉଛି ।
ଶେଷରେ ସବୁ ବିଶେଷଜ୍ଞଙ୍କ ମତ ଅନୁସାରେ, ଟିକାକରଣ ଏହି ଦିଗରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କୋଭିଡ୍ ନିୟମ ଅନୁପାଳନ ସହିତ ଦୁଇ ଡୋଜ୍ ଟିକା ନେବାକୁ ବିଶେଷଜ୍ଞ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.