ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନେଇ ଚୀନ ର ହୃତକମ୍ପ : ସାଇବର ଆକ୍ରମଣ ପାଇଁ କରୁଛି ଯୋଜନା

19

ଭାରତ ତାର ସୀମା ପ୍ରତିରକ୍ଷା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି I ଭାରତ ସ୍ଥଳଭାଗ ସୀମାରକ୍ଷା ସହିତ ବର୍ତମାନ ବାୟୁ ସୀମାରେଖା କୁ ମଧ୍ୟ ଅଭେଦ୍ୟ କରିବାକୁ ଯାଉଛି ଭାରତ ର ବାୟୁ ସୀମାରୁ ବାହ୍ୟ ଶତ୍ରୁ ମାନଙ୍କ ଠାରୁ ରକ୍ଷା କରିବା ପାଇଁ ରୁଷରୁ ନିର୍ମିତ S-400 ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ (Air Defense Missile System) କୁ ଆଣିବାପାଇଁ ଯୋଜନା କରିଛି ଏହା ଦ୍ୱାରା ଖୁବ୍ ଶୀଘ୍ର ଭାରତୀୟ ସୀମା ବାହ୍ୟ ଶତୃଙ୍କ ଠାରୁ ଅଭେଦ୍ୟ ହୋଇଯିବ I ରୁଷରୁ ଭାରତର S-400 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀରେ ଆପଣେଇବାରେ ଚୀନ୍ ର ମୁଣ୍ଡବିନ୍ଧା ର କାରଣ ପାଲଟିଛି I
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତର ପ୍ରତିରକ୍ଷା ପ୍ରସ୍ତୁତି ବିଷୟରେ ସୂଚନା ପାଇବା ପାଇଁ ଚାଇନାରୁ ହ୍ୟାକରମାନେ ଦେଶର ପ୍ରତିରକ୍ଷା କ୍ଷେତ୍ର ଉପରେ ସାଇବର ଆକ୍ରମଣ ର ଯୋଜନା କରୁଛନ୍ତି। ସୁରକ୍ଷା ଏଜେନ୍ସିଗୁଡିକ ସରକାରଙ୍କ ସହ ଏହିପରି ୪୦ ଟି କମ୍ପ୍ୟୁଟର ବିଷୟରେ ସୂଚନା ଦେଇଛନ୍ତି , ଯାହାକୁ ହ୍ୟାକ୍ କରିବାକୁ ଚେଷ୍ଟା କରାଯାଇଥିଲା। ଏହା ସହିତ, ଏଜେନ୍ସିଗୁଡିକ ୧୦୦ ରୁ ଅଧିକ ୱେବ୍ ଆପ୍ଲିକେସନ୍ ଚିହ୍ନଟ କରିଛନ୍ତି, ଯାହା ମାଧ୍ୟମରେ ହ୍ୟାକିଂ ପ୍ରୟାସ କରାଯାଉଛି I
୧ ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସାଇବର ଆକ୍ରମଣ |
ଚଳିତ ବର୍ଷ ସେପ୍ଟେମ୍ବର ୧ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଘଟିଥିବା ସାଇବର ଆକ୍ରମଣ ବିଷୟରେ କେନ୍ଦ୍ର ତଥା ସମସ୍ତ ରାଜ୍ୟମାନଙ୍କୁ ଜଣାଇ ଦିଆଯାଇଛି । ହ୍ୟାକରମାନେ ରାଜ୍ୟ ମାନଙ୍କରୁ ୪୦ ଟି କମ୍ପ୍ୟୁଟର କୁ ହ୍ୟାକ କରି ସେଥିରୁ ଗୁରୁତ୍ତ୍ୱପୂର୍ଣ ବିବରଣୀ ନେବାକୁ ଚେଷ୍ଟା କରିଛନ୍ତି ଇ ସେଥି ମଧ୍ୟରୁ ୧୧ ଟି ଜାମ୍ମୁ କାଶ୍ମୀରର, ୭ ଟି କର୍ଣ୍ଣାଟକର ଏବଂ ୬ ଟି ଉତ୍ତରପ୍ରଦେଶର I
ସୂଚନାନୁସାରେ, ଚୀନ୍ ତାର ଏହି ସାଇବର ଆଟାକ ଜରିଆରେ ଜାଣିବାକୁ ଚେଷ୍ଟା କରୁଛି ଯେ ଭାରତ ତାର ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରକୁ କ୍ଷେପଣାସ୍ତ୍ର ବିରୋଧୀ ପ୍ରତିରକ୍ଷା ପ୍ରଣାଳୀ କୁ କେଉଁଠାରେ ନିୟୋଜିତ କରୁଛି । ଚୀନ୍ ପରି ପାକିସ୍ତାନ ମଧ୍ୟ ସାଇବର ହ୍ୟାକର୍ ମାଧ୍ୟମରେ ଭାରତ ଉପରେ ଗୁପ୍ତଚର ବୃତ୍ତି କରୁଛି। ଚୀନ୍‌ର ସାଇବର ହ୍ୟାକର୍ସ ଗୁଡିକ ଭାରତ ର ପ୍ରତିରକ୍ଷା କ୍ଷେତ୍ର ତଥା ବିଦ୍ୟୁତ , ବ୍ୟାଙ୍କ, କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ଏବଂ ପୋଲିସ ବିଭାଗ ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର କମ୍ପ୍ୟୁଟରକୁ ହ୍ୟାକ୍ କରିବାକୁ ଚେଷ୍ଟା କରୁଛନ୍ତି।

Leave A Reply

Your email address will not be published.