ତ୍ୱଚା ପାଇଁ ଆପଣାନ୍ତୁ ବେସନ

59


ବେସନ ଦ୍ୱାରା ଚେହେରାର ରଙ୍ଗ ରେ ଆଶ୍ଚର୍ଯ୍ୟ ଜଣକ ଭାବରେ ପରିବର୍ତ୍ତନ ଆଣିପାରିବେ , ଏହାକୁ ସପ୍ତାହରେ ଦୁଇଥର ବ୍ୟବହାର କରନ୍ତୁ ଫରକ ଆପଣ ନିଜେ ଜାଣି ପାରିବେ I ତେବେ ଶୀତ ଦିନରେ ବେସନ ର ବ୍ୟବହାର ଯେତେ କଣ କରିବା ଭଲ କିନ୍ତୁ ବେସନ କୁ ଆପଣ ସିଧା ସଳଖ ମୁହଁ ରେ ନ ଲଗାଇ ପ୍ୟାକ ଭଳି ବ୍ୟବହାର କରନ୍ତୁ ତେବେ ଆସନ୍ତୁ ଜାଣିବା ;
ଆପଣ ନିଜ ରୋଷେଇ ଘରୁ ସୌନ୍ଦର୍ଯ୍ୟ ଚର୍ଚା କରି ପାରିବେ ଏବଂ ନିଜ ତ୍ୱଚା କୁ ଏକ ଆକର୍ଷଣୀୟ ଚମକ ଦେଇ ପାରିବେ I ଘରେ ବସି କରନ୍ତୁ ବେସନ ର ଫେସ ପ୍ୟାକ ଏହି ଫେସ୍ ପ୍ୟାକ୍ ଆଲୋଭେରା, ଗୋଲାପ ଜଳ ଏବଂ ବେସନ ରୁ ପ୍ରସ୍ତୁତ କରି ପାରିବେ ଏଥିରେ ଅଳ୍ପ ମଇଦା ମଧ୍ୟ ମିଶାଇ ପାରିବେ I
ଏଲୋଭେରା ଏବଂ ବେସନ ଉଭୟ ତ୍ୱଚା ପାଇଁ ଅତ୍ୟନ୍ତ ଉପକାରୀ I ତ୍ୱଚା କୁ ସଫା କରିବା ଏବଂ ଡ଼ିପ କ୍ଲିଜିଙ୍ଗ କରିବାରେ ଆଲୋ ଭେରା ସାହାଯ୍ୟ କରେ I ସେହିଭଳି ବେସନ ମଧ୍ୟ ଚେହେରାର ରଙ୍ଗକୁ ଉଜ୍ଜ୍ୱଳ କରିଥାଏ I

ଆଲୋଭେରା ଏବଂ ବେସନ ଫେସ୍ ପ୍ୟାକ୍ କିପରି ତିଆରି କରିବେ I
ଏଥିପାଇଁ ଆପଣଙ୍କୁ ବେସନ ,ଗୋଲାପ ଜଳ,ଏବଂ ଆଲୋଭେରା ଦରକାର
୧-ସର୍ବପ୍ରଥମେ, ଆଲୋଭେରା ପତ୍ର କୁ ମଝିରୁ କାଟି ଏହାର ଲାଳୁଆ ଅଂଶ ବାହାର କରନ୍ତୁ I
ବର୍ତ୍ତମାନ ଏକ ପାତ୍ରରେ ୪ ଚାମଚ ଆଲୋଭେରା ସସ ରଖନ୍ତୁ Iଏଥିରେ ୨ ଚାମଚ ବେସନ ମିଶାନ୍ତୁ ,ବର୍ତ୍ତମାନ ୧ ଚାମଚ ଗୋଲାପ ଜଳ ମିଶାନ୍ତୁ Iଏହି ତିନୋଟି ମିଶ୍ରଣ କୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ, ଏକ ପେଷ୍ଟ ତିଆରି ନହେବା ପର୍ଯ୍ୟନ୍ତ ମିଶ୍ରଣ କରନ୍ତୁ I
ଏବେ ଏହାକୁ ମୁହଁ ଏବଂ ବେକରେ ଲଗାନ୍ତୁ ଇ ପ୍ରାୟ ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ଇ ଅତି କମ ରେ ଆପଣ ଏହି ଫେସ୍ ପ୍ୟାକ୍ କୁ ସପ୍ତାହରେ ୧ -୨ ଥର ବ୍ୟବହାର କରିପାରିବେ ଇ ଏକ ମାସ ପରେ ଆପଣ ନିଜେ ଜାଣି ପାରିବେ ଚେହେରାର ଆଶ୍ଚଯ୍ୟ ଜନକ ପରିବର୍ତନ I
୨ – ଏହିପରି ବ୍ୟବହାର କରିପାରିବେ I
ଆପଣ ଏହି ଫେସ୍ ପ୍ୟାକ୍ କୁ ଏକ ବୋତଲ କିମ୍ବା ପାତ୍ରରେ କରି ଫ୍ରିଜ ରେ ରଖିପାରିବେ ତା’ପରେ ଆପଣ ପ୍ରତିଦିନ ସକାଳେ ଏହି ପ୍ୟାକ ରେ ମୁହଁ ସଫା କରିପାରିବେ ଏଥିପାଇଁ, ପ୍ରଥମେ ଆପଣ ଏହି ପେଷ୍ଟକୁ ଆଙ୍ଗୁଠିରେ ଟିପ ରେ ନେଇ ମୁହଁରେ ଗୋଲ ଗୋଲ କରି ଧୀରେ ଧୀରେ ମାଲିସ କରନ୍ତୁ ଇ ମାନେ ରଖନ୍ତୁ ଫ୍ରିଜ ରୁ କାଢିଲା ପରେ ଏହା ଅଳ୍ପ ଟାଣ ହୋଇ ଯାଇଥାଏ ତେଣୁ ଏହି ପ୍ୟାକ କୁ କିଛି ସମୟ ପାଇଁ ଖୋଲା ରେ ରଖି ଦିଅନ୍ତୁ ,ଏହି ପ୍ୟାକ ସାମାନ୍ୟ ହେଇ ଆସିଲେ ଅଳ୍ପ ଟିକେ ଗୋଲାପ ଜଳ ନେଇ ଏହା ସହିତ ମିଶାଇ ମୁହଁରେ ଲଗାଇ ପାରିବେ I
୩- ଏହା ସହିତ ଆପଣଙ୍କ ମୁହଁକୁ ମାଲିସ୍ କରନ୍ତୁ |
ଏହି ପ୍ୟାକ କୁ ନେଇ ୧୦ ମିନିଟ ପାଇଁ ମାଲିସ କରି ମୁହଁକୁ ସତେଜ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ ,ପ୍ରତିଦିନ ଏହା କରିବା ଆପଣଙ୍କ ତ୍ୱଚାରେ ଏକ ପ୍ରାକୃତିକ ଚମକ ଆଣିଥାଏ ଇ ପ୍ରାକୃତିକ ଉପାୟରେ ତ୍ୱଚା ର ରଙ୍ଗ ମଧ୍ୟ ପରିବର୍ତନ ହେବ I
୪- ଜାଣନ୍ତୁ ଏହି ଫେସ୍ ପ୍ୟାକ୍ ର ଆଶ୍ଚର୍ଯ୍ୟଜନକ ଲାଭ
ଏହି ପ୍ୟାକ ଦ୍ୱାରା ବ୍ରଣରୁ ମୁକ୍ତି ମିଳି ଥାଏ ,ତ୍ୱଚା କୁ ଟୋନିଙ୍ଗ କରି ଉଜ୍ଜ୍ୱଳ କରିଥାଏ ତ୍ୱଚା କୁ ଉତ୍ତମ ମଶ୍ଚରାଇଜ୍ କରିଥାଏ ଫଳରେ ଶୀତ ଦିନରେ ତ୍ୱଚା ଶୁଷ୍କ ହୋଇ ନ ଥାଏ I
– ମନେ ରଖନ୍ତୁ ଶୀତଦିନରେ ସମସ୍ତଙ୍କୁ ଏଲୋଭେରା କିମ୍ବା ଗୋଲାପ ଜଳ ସୁହାଇ ନ ଥାଏ ,କିଛି ଜଣଙ୍କୁ ଏହା ଦ୍ୱାରା ଥଣ୍ଡା ଧରି ଯାଇ ଥାଏ ଇ ତେବେ ସେମାନଙ୍କ ପାଇଁ ମଧ୍ୟ ଭଲ ଉପାୟ ରହିଛି ଇ ବେସନ ରେ ଏଲୋଭେରା ବଦଳ ରେ ଆପଣ ଅଳ୍ପ ପରିମାଣ ରେ କ୍ଷୀର ର ସର,ଚିମୁଟେ ହଳଦୀ ସାମାନ୍ୟ ଲେମୁ ରସ ମିଶାଇ ବଢିଆ ପ୍ୟାକ ମଧ୍ୟ ତିଆରି କରି ପାରିବେ କିନ୍ତୁ ଏହାକୁ ଆପଣ ରାତିରେ ଶୋଇବା ଆଗରୁ ଲଗାନ୍ତୁ ,ଏହାପରେ ୨୦ ମିନିଟ ଯାଏ ଧୀରେ ଧୀରେ ମାଲିସ କରନ୍ତୁ କିଛି ସମୟ ପରେ ସାମାନ୍ୟ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ ସକାଳେ ଆପଣଙ୍କ ତ୍ୱଚା ର ଫରକ ଦେଖି ଆପଣ ନିଜେ ବି ଆଶ୍ଚର୍ଯ୍ୟ ହେଇଯିବେ ଇ ଏଇଭଳି ଲାଗ ତାର ଏକ ମାସ ପର୍ଯ୍ୟନ୍ତ କରନ୍ତୁ I ପ୍ରାକୃତିକ ଉପାୟରେ ତ୍ୱଚାର ଚମକ ଆଣିପାରିବେ ଇ
– ଶୀତଦିନ ରେ ଆପଣ ମୁହଁରେ ସାବୁନ ବା ଫେସୱାସ ଲଗାନ୍ତୁ ନାହିଁ ଇ କାରଣ ଏଥିରେ ଥିବା ରାସାୟନିକ ପଦାର୍ଥ ଦ୍ୱାରା ତ୍ୱଚା ଆହୁରି ଅଧିକ ଶୁଷ୍କ ହୋଇ ପାରେ I ଆପଣାନ୍ତୁ ଏହି ଘରୋଇ ଫେସ ପ୍ୟାକ –
ଆପଣ ସକାଳେ ଗାଧୋଇବା ପୂର୍ବରୁ ବେସନ ରେ ଏକ ପ୍ୟାକ ତିଆରି କରନ୍ତୁ ପ୍ରଥମେ ଆପଣ ୨ ଚାମଚ ବେସନ ନିଅନ୍ତୁ ,ସେଥିରେ ଅଳ୍ପ ହଳଦୀ ,୧ ଚାମଚ ଦହି ଓ ଅଧା ଚାମଚ ମହୁ ମିଶାଇ ଏକ ସୁନ୍ଦର ମିଶ୍ରଣ କରନ୍ତୁ ଇ ଗାଧୋଇବା ର ୨୦ ମିନିଟ ଆଗରୁ ଏହାକୁ ମୁହଁ ଗୋଡୋ ହାତରେ ମାଲିସ କରନ୍ତୁ ସୁଖି ଆସିଲା ପରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ ଇ ନିୟମିତ କରି ଆପଣଙ୍କ ତ୍ୱଚାର ଫରକ ପାଆନ୍ତୁ I

Leave A Reply

Your email address will not be published.