ଜିଓ ଗ୍ରାହକ ମାନଙ୍କୁ ବଡ଼ ଝଟକା : ପ୍ରି-ପେଡ୍ ସେବା ର ମୂଲ୍ୟ ବୃଦ୍ଧି, ଡିସେମ୍ବର ୧ ରୁ ଲାଗୁ ହେବ

21

ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ପରେ, ବର୍ତ୍ତମାନ ଜିଓ ର ଗ୍ରାହକ ମାନଙ୍କୁ ଲାଗିବ ବଡ଼ ଝଟକା ଇ ବର୍ତ୍ତମାନ ରିଲାଏନ୍ସ ଜିଓ ମଧ୍ୟ ପ୍ରି-ପେଡ୍ ସେବା ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି। ଡିସେମ୍ବର ୧ ରୁ ନୂତନ ହାର ଲାଗୁ ହେବାକୁ ଯାଉଛି I ରିଲାଏନ୍ସ ଜିଓ ଏହାର ପ୍ରି-ପେଡ୍ ସେବା ହାରରେ ୨୧ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛି I
ରବିବାର ସୁଦ୍ଧା ଜଣାପଡିଛି ଯେ ଜିଓଫୋନ୍ ର ଅସୀମିତ ଯୋଜନା ଏବଂ ଡାଟା ଆଡ-ଅନ୍ ଉପରେ ପ୍ରି-ପେଡ୍ ସେବାର ମୂଲ୍ୟ ବୃଦ୍ଧି କରିବାର ନିଷ୍ପତ୍ତି ପ୍ରଯୁଜ୍ୟ ହେବ। ଏଗୁଡିକ ଉପରେ ଶୁଳ୍କ ବୃଦ୍ଧି ୧୯.୬ ପ୍ରତିଶତରୁ ୨୧.୩ ପ୍ରତିଶତକୁ ବୃଦ୍ଧି କରାଯାଇଛି I
ଏହି ପରିପ୍ରେକ୍ଷୀରେ କମ୍ପାନୀ ଏହାର ବିବୃତ୍ତିରେ କହିଛି ଯେ ଜିଓ ଏହାର ନୂତନ ଅସୀମିତ ଯୋଜନା (ଜିଓ ପ୍ରି-ପେଡ୍ ରେଟ୍) ର ହାର ବୃଦ୍ଧି କରିବାକୁ ଘୋଷଣା କରିଛି। ଏହି ଯୋଜନାଗୁଡିକ ଟେଲିକମ୍ କ୍ଷେତ୍ରରେ ସର୍ବୋତ୍ତମ ମୂଲ୍ୟ ଦେବ I ସର୍ବନିମ୍ନ ମୂଲ୍ୟ ସତ୍ତ୍ୱେ ସବୁଠାରୁ ଉତ୍ତମ ଗୁଣାତ୍ମକ ସେବା ପ୍ରଦାନ କରିବାର ପ୍ରତିଶ୍ରୁତି ଅନୁଯାୟୀ ଏହା ଜାରି ରହିବ ବୋଲି କମ୍ପାନୀ କହିଛି।
ସେହିଭଳି ଜିଓ ନିଜର ଗ୍ରାହକ ମାନଙ୍କୁ ଜଣାଇଦେଇଛି କି ଏହାର ପ୍ରି-ପେଡ୍ (ଜିଓ ପ୍ରି-ପେଡ୍ ରେଟ୍) ର ନୂତନ ଦର ବୃଦ୍ଧି ଡିସେମ୍ବର 1 ରୁ କାର୍ଯ୍ୟକାରୀ ହେବ I ଜିଓର ବିଦ୍ୟମାନ ଟଚ୍ ପଏଣ୍ଟ ଏବଂ ଚ୍ୟାନେଲ ମାଧ୍ୟମରେ ଏଗୁଡିକ ସକ୍ରିୟ ହୋଇପାରିବ I
ସୂଚନାନୁସାରେ, କମ୍ପାନୀର ଏହି ନିଷ୍ପତ୍ତି ପରେ ଜିଓର ମାସିକ ୭୫ ଟଙ୍କା ଯୋଜନା ଡିସେମ୍ବର ୧ ରୁ ୯୧ ଟଙ୍କା ହେବ। ଏଥିସହିତ ୧୨୯ ଟଙ୍କାର ପ୍ରି-ପେଡ୍ ଯୋଜନା ୧୫୫ ଟଙ୍କା ଏବଂ ୩୯୯ ଟଙ୍କାର ଯୋଜନା ୪୭୯ ଟଙ୍କା ହେବ। ସେହିଭଳି କମ୍ପାନୀର ଯୋଜନା ୧୧୯୯ ଟଙ୍କା ୧୫୫୯ ଟଙ୍କା ଏବଂ ୨୩୯୯ ଟଙ୍କା ୨୮୭୯ ଟଙ୍କାକୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.