ବିବାହ କାର୍ଡରେ ଲେଖାଗଲା , ବିଜେପି-ଆରଏସଏସ ଦୂରେଇ ରୁହନ୍ତୁ
ହରିୟାଣାର ଝାଂଜ୍ଜାର ରେ ଜଣେ ବ୍ୟକ୍ତି ନିଜ ଝିଅ ର ବିବାହ ନିମନ୍ତ୍ରଣ କାର୍ଡ ରେ ଲେଖିଛନ୍ତି ବିଜେପି-ଜେଜେପି ଏବଂ ଆରଏସଏସ ସଂଘର ସଦସ୍ୟ ମନେ ବିବାହଠାରୁ ଦୂରରେ ରୁହନ୍ତୁ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହା ଜୋରସୋର ରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି I
ସୂଚନା ଅନୁସାରେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି I କିନ୍ତୁ ବର୍ତ୍ତମାନ ବି କୃଷକ ମାନେ ତାଙ୍କ ଆନ୍ଦୋଳନ ଜାରି ରଖିବା ସାଙ୍ଗକୁ ବିଜେପି ଉପରେ ଭୀଷଣ କ୍ରୋଧିତ ଅଛନ୍ତି I ବର୍ତ୍ତମାନ ଏହି ଆକ୍ରୋଶ ଏତେ ଅଧିକ ଯେ ଲୋକମାନେ ଏହାକୁ ବିବାହ କାର୍ଡରେ ମଧ୍ୟ ଛାପିବାରେ ଲାଗିଛନ୍ତି କି ବିଜେପି-ଏବଂ ସଂଘ ର ସଦସ୍ୟ ଙ୍କୁ ବିବାହଠାରୁ ଦୂରରେ ରହିବାକୁ ପଡିବ I ଏହି ବ୍ୟକ୍ତି ଜଣକ ହେଉଛନ୍ତି ରାଜେଶ ଧନଖଡ଼ , ଯିଏକି ବିଶ୍ୱ ଜIଠ ମହାସଭାର ରାଷ୍ଟ୍ରୀୟ ସଭାପତି ଏବଂ ପୂର୍ବତନ କଂଗ୍ରେସ ସଭାପତି ତଥା ପୂର୍ବତନ ବ୍ଲକ କମିଟିର ସଭାପତି ରହିଆସିଛନ୍ତି। ଆସନ୍ତା ୧ ଡିସେମ୍ବର ରେ ତାଙ୍କ ଝିଅ ର ବିବାହ ହେବାର ଅଛି I ଛପା ଯାଇଥିବା ବିବାହ ନିମନ୍ତ୍ରଣ କାର୍ଡ ରେ ଏଇଭଳି ଲେଖାଯାଇଥିବା ସମସ୍ତଙ୍କ ନଜରରେ ପଡିଛି I ଏଥିରୁ ଜଣାପଡୁଛି କୃଷି ଆଇନ ଉପରେ ଲୋକଙ୍କ ର ଅସନ୍ତୋଷ କେଉଁ ଭଳି ଭାବରେ ରହିଛି I
କହି ରଖୁଛୁ କି ଏପର୍ଯ୍ୟନ୍ତ ସରକାର କୃଷକ ସଂଗଠନ ର ଦାବି ଗୁଡିକ ଉପରେ ପୁନର୍ବିଚାର କରି କୃଷି ଆଇନ ପ୍ରତ୍ୟାହାର କରିଥିଲେ ମଧ୍ୟ କୃଷକମାନେ ୨୯ ନଭେମ୍ବର ରେ ବସିବାକୁ ଥିବା ଶୀତ କାଳୀନ ପାର୍ଲିଆମେଣ୍ଟ ଅଧିବେଶନ ରେ ସଂସଦ କୁ ଘେରିବା ପାଇଁ ସେମାନଙ୍କ ରଣନୀତି ପ୍ରସ୍ତୁତ କରୁ ଛନ୍ତି।