ବାତ୍ୟା ‘ଜୱାଦ’ର ପ୍ରଭାବ ରେ ଓଡ଼ିଶା ପ୍ରତି ରହିଛି ବିପଦ

19

ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୨୯ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ଡିସେମ୍ବର ୩ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ବାଂଲାଦେଶରେ କ୍ଷୟକ୍ଷତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି। ଯଦି ଏହି ଲଘୁଚାପ ବାତ୍ୟାର ରୂପ ନିଏ, ତେବେ ତା’ର ନାଁ ‘ଜୱାଦ’ ରହିବ। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ପୂର୍ବାନୁମାନ ଅନୁସାରେ, ଆସନ୍ତା ୪୮ଘଣ୍ଟା ଭିତରେ ଏହି ଲଘୁଚାପ ବଳୟ ଅଧିକ ସ୍ପଷ୍ଟ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଡିସେମ୍ବର ୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବ। ଏହାପରେ ୨୪ରୁ ୪୮ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି।
ସେହିପରି ସ୍କାଇମେଟ୍ ୱେଦର ସର୍ଭିସର ପୂର୍ବାନୁମାନ ଅନୁସାରେ, ଏହି ଲଘୁଚାପ ଅଧିକ ଘନୀଭୂତ ହେବା ପାଇଁ ପରିବେଶ ଅନୁକୂଳ ମଧ୍ୟ ରହିଛି। ସାମୁଦ୍ରିକ ତାପମାତ୍ରା ଓ ପବନର ଗତିକୁ ମଧ୍ୟ ଏହି ଲଘୁଚାପକୁ ଅଧିକ ଘନୀଭୂତ କରାଇବାରେ ସହାୟକ ହେବ। ଆଣ୍ଡାମାନ ସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି, ଯାହାକି ବାତ୍ୟାର ରୂପ ନେଇ ଓଡ଼ିଶା, ବାଲାଂଦେଶ ଓ ଉତ୍ତର-ପୂର୍ବ ଭାରତକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।
NCEP-GFS, ECMWF, ACCESS-G3, INCOIS, IMD ଭଳି ପାଣିପାଗ ସଂସ୍ଥାର ଆକଳନ କହୁଛି ଯେ ବାତ୍ୟା ପାଇଁ ଉପଯୁକ୍ତ ପାଗ ନଭେମ୍ବର ୩୦ରୁ ଡିସେମ୍ବର ୩ ମଧ୍ୟରେ ବଙ୍ଗୋପସାଗରେ ଦେଖିବାକୁ ମିଳିବ। NCEP-GFS, ECMWF, ACCESS-G3 and INCOISର ମଡେଲ ଅନୁଯାୟୀ, ଲଘୁଚାପ ସୃଷ୍ଟି ହେବା ପରେ ଏହା ଆଣ୍ତାମାନ ସାଗରରୁ ଦକ୍ଷିଣ ବଙ୍ଗୋପସାଗର ଆଡ଼େ ଗିତି କରିବ। ଏହାପରେ ଏହା ଘନୀଭୂତ ହେବା ଆରମ୍ଭ ହେବ। ଘନୀଭୂତ ଅବସ୍ଥାରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼େ ଯିବ।
ତେବେ ଏହା ଅଧିକ ଭୟଙ୍କର ହେବନାହିଁ। ଏହି ସିଷ୍ଟମ ସହ ଘଣ୍ଟାପ୍ରତି ୮୩ କିମି ବେଗରେ ପବନ ବହିବ। ଏହାର ଅର୍ଥ କେବଳ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବ ଓ ଏହା ଭୀଷଣ ରୂପ ନେବନାହିଁ। INCOISର ଆକଳନ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା କ୍ରିଷ୍ଣା ଓ ପୂର୍ବ ଗୋଦାବରୀ ମଝିରେ ଡିସେମ୍ବର ୪ରେ ମାଡ଼ ହେବ। ECMWF ମଧ୍ୟ କହିଛି ଯେ ଡିସେମ୍ବର ୪ ତାରିଖ ମଧ୍ୟରାତ୍ରରେ ବାତ୍ୟାଟି କ୍ରିଷ୍ଣା ଓ ଗୋଦାବରୀ ଜିଲ୍ଲାରେ ମାଡ଼ ହେବାର ଯଥେଷ୍ଟ ଆଶଙ୍କା ରହିଛି।
ତେବେ ACCESS G3 ଓ NCEP-GFSର ଆକଳନ କିଛି ଓଲଟା କଥା କହିଛି। ଏହି ଦୁଇ ସଂସ୍ଥା କହିଛନ୍ତି, ବାତ୍ୟା ଆନ୍ଧ୍ର ପ୍ରଦେଶ ଉପକୂଳ(ପ୍ରାୟ କାକିନାଡା) ଆଡ଼େ ଯିବ। ଏହାପରେ ସେଠାରୁ ଦିଗ ବଦଳାଇ ଉତ୍ତରପୂର୍ବ ଦିଗ ଅର୍ଥାତ ଓଡ଼ିଶା ଉପକୂଳକୁ ଆସିବ। ଓଡ଼ିଶ ଦେଇ ଏହା ଡିସେମ୍ବର ୪-୫ ତାରିଖରେ ପଶ୍ଚିମବଙ୍ଗର ୨୪ ପ୍ରଗଣାରେ ଲ୍ୟାଣ୍ଡଫଲ କରିବ। ଉତ୍ତରପଶ୍ଚିମ ଦିଗରୁ ପ୍ରବାହିତ ପବନ ହିଁ ବାତ୍ୟାକୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ନେଇଯିବ ବୋଲି ACCESS G3 ଓ NCEP-GFS ଆକଳନ କରିଛନ୍ତି।

Leave A Reply

Your email address will not be published.