ପ୍ରଧାନମନ୍ତ୍ରୀ ଙ୍କ ୮୩ ତମ ‘ମନ କି ବାତ’ର ସଂସ୍କରଣ ରେ ଦେଶ ବାସୀ ଙ୍କୁ କଣ କହିଲେ

21

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର ‘ମନ କି ବାତ’ ରେଡ଼ିଓ କାର୍ଯ୍ୟକ୍ରମ ପ୍ରତି ମାସ ର ଶେଷ ରବିବାର ରେ ପ୍ରସାରିତ ହୋଇ ଥାଏ ଇସେହିପରି ଆଜି ୨୮ ନଭେମ୍ବର ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ”ମନ କି ବାତ’ର ୮୩ ତମ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି। ‘ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଷ୍ଟାର୍ଟଅପ୍ ମାନଙ୍କୁ ପ୍ରଶଂସା କରିବା ସହ ବିଶ୍ୱ ସ୍ତରୀୟ ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାର କରୁଛନ୍ତି ବୋଲି କହିଛନ୍ତି। ସେହିପରି ପ୍ରଧାନ ମନ୍ତ୍ରୀ କହିଛନ୍ତି କି ମୁ କ୍ଷମତାରେ ରହିବ ପାଇଁ ନୁହେ ଲୋକ ମାନଙ୍କ ସେବା କରିବା ପାଇଁ ଚାହେଁ I
ସେଥିପାଇଁ ସେ ଲୋକମାନଙ୍କ ପାଇଁ କେତେକ ସରଳ ଯୋଜନା ସବୁ କରିଛନ୍ତି I ସରକାରଙ୍କ ଯୋଜନା ମାଧ୍ୟମରେ କେତେ ଲୋକଙ୍କ ଜୀବନରେ ପରିବର୍ତନ ହେଉଛି ? କେତେ ଲୋକ ଏଥିରୁ ଲାଭ ପାଉଛନ୍ତି ? ତାହା ଶୁଣିବା ପରେ ମୋତେ ଖୁସୀ ଲାଗେ । ଏବଂ ଏହା ଆଗକୁ ଲୋକଙ୍କ ପାଇଁ ନୂଆ ଯୋଜନା କରିବା ପାଇଁ ପ୍ରେରଣା ଯୋଗାଏ ବୋଲି ପ୍ରଧାନମନ୍ତୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଆୟୁଷ୍ମାନ ଭାରତ ଯୋଜନାର ହିତାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାର ହିତାଧିକାରୀ ରାଜେଶ ପ୍ରଜାପତି ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି- ମୁଁ ଯେତେବେଳେ ପ୍ରଥମେ ଡାକ୍ତର ଙ୍କୁ ଦେଖାଇଲି ପ୍ରଥମେ ଡାକ୍ତର ମୋତେ ଅମ୍ଳ ହେଇଥିବା ବିଷୟରେ କହିଥିଲେ I ତା’ପରେ ହୃଦରୋଗ ବିଷୟରେ ଜଣାଇଲେ I ଖର୍ଚ୍ଚ ବିଷୟ ରେ ପଚାରିବାରୁ ଡାକ୍ତର ମୋତେ ‘ଆୟୁଷ୍ମାନ କାର୍ଡ’ କଥା ଜଣାଇଲେ ଇ ଏହି ଆୟୁଷ୍ମାନ ଯୋଜନା ର ଉପକୃତ ହେଇଥିବା ଯୋଗୁଁ ରାଜେଶ ପ୍ରଜାପତି ମ୍ପ୍ରଧାନ ମନ୍ତ୍ରୀ ମୋଦି ଜି ଙ୍କୁ କହିଥିଲେ “ଏଥିପାଇଁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି I ଯଦି କୌଣସି କାର୍ଡ ନଥାନ୍ତା, ତେବେ ଏହା ବହୁତ ଖର୍ଚ୍ଚ ହୋଇଥାନ୍ତା I ଆପଣ ସବୁବେଳେ କ୍ଷମତାରେ ରୁହନ୍ତୁ , ଆପଣ ଦୀର୍ଘ ଜୀବନ ଲାଭ କରନ୍ତୁ” I
ରାଜେଶଙ୍କ ବାର୍ତ୍ତାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ – “କ୍ଷମତାରେ ରହିବାକୁ ମୋତେ ଆଶୀର୍ବାଦ କରନ୍ତୁ ନାହିଁ, ମୁଁ ସର୍ବଦା ସେବାରେ ରହିବାକୁ ଚାହେଁ।”
ସେହିପରି କରୋନା ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ମହାମାରୀ ଶେଷ ହୋଇନାହିଁ । ଜନସାଧାରଣଙ୍କୁ ସମ୍ବୋଧନ କରି ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ କରୋନା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି । କରୋନା ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ବୋଲି ଆମେ ଭୁଲିବା କଥା ନୁହେଁ । କରୋନାକୁ ପ୍ରତିହତ କରିବା ଆମର ଦାୟୀତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଡିସେମ୍ବୂର ୬ ତାରିଖରେ ବିଆର ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପଡୁଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ସୂଚନା ଥାଉକି ଗତ ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ୧୦୦ କୋଟି ଟୀକାକରଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ତା’ପରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଆନ୍ଦୋଳନକୁ ମନେ ପକାଇ ବିର୍ସା ମୁଣ୍ଡାଙ୍କ ପରି ସେ ମଧ୍ୟ ତାଙ୍କ ମୂଳ ସହିତ ଯୋଡି ହୋଇ ଏବଂ ଟେକ୍ନୋଲୋଜି ବ୍ୟବହାର କରି ଆଗକୁ ବଢିବା ଉପରେ ଗୁରୁତ୍ୱାରୋପ କରିଥିଲେ I

Leave A Reply

Your email address will not be published.