ଟ୍ରେନ୍ ଟିକେଟ କାଟି ନ ଥିଲେ ମଧ୍ୟ କରିପାରିବେ ଟ୍ରେନ ଯାତ୍ରା ,ଜାଣନ୍ତୁ କିପରି

18

ଆପଣଙ୍କ ପାଖରେ ରିଜର୍ଭେସନ ଟିକେଟ୍ ନଥିଲେ ବି କେବଳ ପ୍ଲାଟଫର୍ମ ଟିକେଟକୁ ନେଇ ଆପଣ ଟ୍ରେନ୍ ଯାତ୍ରା କରିପାରିବେ । ଅନେକ ସମୟରେ ଲୋକମାନେ ଟିକେଟ୍ କରିନପାରି, ଟ୍ରେନ ଯାତ୍ରାରେ ଅସୁବିଧା ଭୋଗିଥାନ୍ତି । ଏବେ କିନ୍ତୁ ଆଉ ସେପରି କିଛି ଅସୁବିଧା ଭୋଗିବାକୁ ପଡିବନି । ଆପଣ କେବଳ ପ୍ଲାଟଫର୍ମ ଟିକେଟ୍ ନେଇ ଟ୍ରେନରେ ଚଢିବା ପରେ , ଟିଟିଇଙ୍କ ସାହାଯ୍ୟରେ ଟିକେଟ୍ କରିପାରିବେ । ତା ସହିତ ଟ୍ରେନରେ ସିଟ୍ ଖାଲି ଥିଲେ, ଟିଟିଇ ଯାତ୍ରୀ ଜଣଙ୍କୁ ଗୋଟିଏ ସିଟ୍ ବି ଦେଇପାରିବେ । ଯଦି ବି ଟ୍ରେନରେ ସିଟ୍ ଖାଲିନଥିବ, ଏହାପରେ ମଧ୍ୟ ଆପଣ ସେହି ଟ୍ରେନରେ ଯାତ୍ରା କରିପାରିବେ । ଏହି ସୁବିଧା ପାଇଁ ଯାତ୍ରୀ ଜଣଙ୍କୁ କେବଳ ଟିକେଟ୍ ବାଦ୍ ୨୫୦ ଟଙ୍କା ପେନାଲଟି ଚାର୍ଜ ଦେବାକୁ ପଡିବ ।
କରୋନା ସମୟରେ ସଂକ୍ରମଣକୁ ଦେଖି ଦେଶରେ ଅନେକ ଟ୍ରେନ୍ ସେବା ବାତିଲ ହୋଇଯାଇଥିଲା । ଏବେ ଏହି ସେବା ସବୁ ପୁଣି ଆରମ୍ଭ ହୋଇଛି । ଯାତ୍ରୀମାନେ ପୂୂର୍ବଭଳି ପୁଣି ଟ୍ରେନରେ ଯିବା ଆସିବା ଆରମ୍ଭ କରିଥିବାବେଳେ, ସେମାନଙ୍କୁ ସେବା ଯୋଗାଉଛି ଇଣ୍ଡିଆନ୍ ରେଲୱେ । ଖାଲି ସେତିକି ନୁହେଁ, ଏବେ ପ୍ଲାଟଫର୍ମ ଟିକେଟ ଦାମ ବି କମାଇ ଦିଆଯାଇଛି । ମହାମାରୀ ସମୟରେ ଯେଉଁ ପ୍ଲାଟଫର୍ମ ଟିକେଟକୁ ୫୦ ଟଙ୍କାକୁ ବଢାଇ ଦିଆଯାଇଥିଲା । ଏବେ ତାକୁ ପୁଣି କମାଇ ଦିଆଯାଇଛି । ପୂର୍ବଭଳି ଏବେ ଯାତ୍ରୀମାନେ କେବଳ ୧୦ ଟଙ୍କା ଦେଇ ପ୍ଲାଟଫର୍ମ ଟିକେଟ୍ କିଣିପାରିବେ ବୋଲି ରେଳ ବିଭାଗ ଘୋଷଣା କରିଛି । ସେହିଭଳି ମହାମାରୀ ସମୟରେ ଟ୍ରେନରେ ରନ୍ଧା ଖାଦ୍ୟ ବନ୍ଦ ଥିବାବେଳେ ଏବେ ଏହାକୁ ପୁଣି ଆରମ୍ଭ କରାଯାଇଛି ।

Leave A Reply

Your email address will not be published.