ଲୋକସେବା ଭବନ କର୍ମଚାରୀଙ୍କ ପାଇଁ ରେଡିଓ ଫ୍ରିକ୍ୱେନ୍ସି ଆଇକାର୍ଡ

20

ଆସନ୍ତା ଜାନୁୟାରୀ ମାସରୁ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନର କର୍ମଚାରୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ଉନ୍ନତ ଜ୍ଞାନକୌଶଳର ଆଇକାର୍ଡ ପ୍ରଦାନ କରାଯିବ। ଉକ୍ତ କାର୍ଡ ମାଧ୍ୟମରେ କର୍ମଚାରୀମାନଙ୍କ ଉପରେ ନଜର ରଖିବା ସହ ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଫିସଗୁଡ଼ିକର ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିବା ସରକାରଙ୍କ ଦ୍ୱାରା ସହଜ ହୋଇପାରିବ। ଏଥିପାଇଁ ରାଜ୍ୟ ଗୃହ ବିଭାଗ ନିର୍ଦ୍ଧାରିତ ଫର୍ମାଟରେ ନଭେମ୍ବର ୩୦ତାରିଖ ସୁଦ୍ଧା ସମସ୍ତ କର୍ମଚାରୀମାନଙ୍କ ବିବରଣୀ ଦାଖଲ କରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛି।
ସୂଚନା ଅନୁସାରେ, ଗୃହ ବିଭାଗ ପକ୍ଷରୁ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ଆଦିରେ କାର୍ଯ୍ୟରତ କର୍ମଚାରୀ ଓ ଅଫିସରମାନଙ୍କର ପରିଚୟ ପତ୍ର(ଆଇକାର୍ଡ)ର ଅବଧିକୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ସୂଚନା ଦିଆଯାଇଛି । କରୋନା କଟକଣା ଯୋଗୁ ୨୦୨୦ ଡିସେମ୍ବର ୩୧ତାରିଖରୁ ଏହି ପରିଚୟ ପତ୍ରଗୁଡ଼ିକର ବୈଧତା ଅବଧିକୁ ବୃଦ୍ଧି କରାଯାଇଛି । ତେବେ ଆସନ୍ତା ଜାନୁୟାରୀ ପହିଲାରୁ ନୂଆ ଜ୍ଞାନକୌଶଳର ପରିଚୟ ପତ୍ର ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
କର୍ମଚାରୀ ଓ ଅଫିସରମାନଙ୍କୁ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ ଟେକ୍ନୋଲୋଜିଯୁକ୍ତ (ଆରଏଫଆଇଡି) ପରିଚୟ ପତ୍ର(ଆଇ କାର୍ଡ) ପ୍ରଦାନ କରାଯିବ । ବିଭିନ୍ନ ବିଭାଗରେ ନିୟମିତ କର୍ମଚାରୀଙ୍କ ସମେତ କାର୍ଯ୍ୟରତ ଓଏସଡି, କନସଲଟାଣ୍ଟ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମଧ୍ୟ ଏହି ଆରଏଫଆଇଡି କାର୍ଡ ଦିଆଯିବ । ତେବେ ବିଭିନ୍ନ ବିଭାଗରେ ସର୍ଭିସ ପ୍ରୋଭାଇଡରଙ୍କ ମାଧ୍ୟମରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଏହି କାର୍ଡ ବଦଳରେ ଅସ୍ଥାୟୀ ପ୍ରବେଶ କାର୍ଡ ପ୍ରଦାନ କରାଯିବ ।

Leave A Reply

Your email address will not be published.