ରାଜ୍ୟରେ ମହିଳାଙ୍କ ସହିତ ସାଂସଦ ବି ଅସୁରକ୍ଷିତ : ଅପରାଜିତା ଷଡ଼ଙ୍ଗୀ

19

ଗତକାଲି ରାତିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ କାର୍ଯ୍ୟକ୍ରମରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ପରେ ଆଜି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସାଂସଦ I ଗତକାଲି ଆଚାର୍ଯ୍ୟ ବିହାର ପାଣି ଟାଙ୍କି କଲୋନୀ କୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁଯାଇଥିବା ବେଳେ ସେଠାରେ ୨ ଗୋଷ୍ଠି ଙ୍କ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହୋଇଥିଲା ଆଉ ଏଥିରେ ଉଭୟ ପକ୍ଷ ଙ୍କ ମଧ୍ୟରେ ଅଣ୍ଡା ମାଡ଼ ମଧ୍ୟ ହୋଇଥିଲା I ଏହି ଗୋଷ୍ଠି ସଂଘର୍ଷ ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବାରୁ ଗୋଟିଏ ଘରେ ଫସି ରହିଲେ ସାଂସଦ। ଶେଷରେ ପୁଲିସ୍‌ ପହଞ୍ଚି ଏସକର୍ଟ କରି ନେବା ପରେ ସେଠାରୁ ବାହାରିଥିଲେ ସାଂସଦ। ଏନେଇ ଥାନାରେ ଅଭିଯୋଗ ହୋଇଛି।
ଏହି ଘଟଣା ଅତ୍ୟନ୍ତ ଦୁଃଖିତ କିନ୍ତୁ ସେ ଭୟଭୀତ ନୁହନ୍ତି ବୋଲି ଗଣମାଧ୍ୟମ କୁ କହିଛନ୍ତି । ଏହାଦ୍ୱାରା କାମ କରିବାର ସ୍ପୃହା ଆହୁରି ବଢ଼ି ଯାଇଥିବା ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଅପରାଜିତା କହିଛନ୍ତି ରାଜ୍ୟରେ ମାନେ ସୁରକ୍ଷିତ ନୁହନ୍ତି ଏବଂ ସେ ନିଜକୁ ମଧ୍ୟ ଅସୁରକ୍ଷିତ ମଣୁଛନ୍ତି I ଏଥିସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।

ସମସ୍ତ ଘଟଣା ପାଇଁ ସେ ଘରର ମୁରବୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ସବୁ ଘଟଣା ଜାଣି ଚୁପ୍‌ ରହୁଛନ୍ତି, ନା ତାଙ୍କୁ ଏ ସମ୍ପର୍କରେ କିଛି ଅବଗତ କରାଯାଉନି ସେ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଅପରାଜିତା। ଏଥିସହ ଆସନ୍ତା ୨୪ ଘଣ୍ଟା ଭିତରେ ଘଟଣାରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଗିରଫ ଲାଗି ଦାବି କରିଛନ୍ତି।

ଏଥିସହ କହିଛନ୍ତି, ମୁଖ୍ୟମନ୍ତ୍ରୀ ଘଟଣା ସମ୍ପର୍କରେ ଜାଣିଛନ୍ତି କି ନାହିଁ ତାହା ଜାଣିନି। ୨୯ ନଭେମ୍ବରରୁ ସଂସଦ ଆରମ୍ଭ ହେଉଛି। ଏନେଇ ସଂସଦରେ କଥା ଉଠାଇବି।

ନ୍ୟାସନାଲ କ୍ରାଇମ୍‌ ରେକର୍ଡ ରିପୋର୍ଟ ଅନୁସାରେ ମହିଳାଙ୍କ ପ୍ରତି ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ହେଲେ ରାଜ୍ୟ ସରକାର ଏଭଳି ଘଟଣାକୁ ପ୍ରୋତ୍ସାହନ ଦେଇ ଓଡ଼ିଶାକୁ ୧ ନମ୍ବର କରିବା ଲାଗି ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି। ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ିବାରେ ଲାଗିଛି ଏ ଘଟଣା ସଂସଦରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ଅପରାଜିତା।

Leave A Reply

Your email address will not be published.