ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କୁ ଇଡି ର ଜେରା

21

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଆଜି ଇଡିରେ ହାଜର ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଓ ଠକେଇ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଏବଂ ତାଙ୍କର ଭାବି ସମୁଦୀ ଅଭୟ ପାଠକ ଓ ପରେ ଜ୍ୱାଇଁ ଆକାଶ ପାଠକ ଙ୍କୁ ଗିରଫ କରାଯାଇଥିଲା ।
ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଜେରା ବେଳେ ଶ୍ରୁତିଙ୍କ ଆକାଉଣ୍ଟକୁ ଏକାଧିକ ଥର ଟଙ୍କା କାରବାର ହୋଇଥିବା ଜଣା ପଡିଥିଲା ତେଣୁ ସେହି ଲିଙ୍କରେ ଇଡି ପକ୍ଷରୁ ଆଜି ଶ୍ରୁତିଙ୍କୁ ପଚରାଉଚରା କରାଯାଉଛି I ।ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କ ବିବାହ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ହେବା ନିମନ୍ତ ସବୁ ସ୍ଥିର ହୋଇ ସାରିଥିଲା। ହେଲେ ଏହା ପୂର୍ବରୁ ଉଭୟ ବାପା ଅ ପୁଅ ଙ୍କୁ ଗିରଫ କରାଯାଇଥିଲା Iଏହାପରେ ଖୋଳତାଡ଼ ବେଳେ ବିଧାୟକ ପାଣିଗ୍ରାହୀଙ୍କ ସମ୍ପୃକ୍ତି କୁ ନେଇ ତାଙ୍କୁ ମଧ୍ୟ ଜେଲ ଯିବାକୁ ପଡିଥିଲା I
ସୂଚନାଯୋଗ୍ୟ, ୯.୩ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଗତବର୍ଷ ନଭେମ୍ବର ୨୭ ତାରିଖରେ ଅଭୟ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା । ଗତ ଜୁନ୍ ମାସରେ ଅଭୟକାନ୍ତ ଜାମିନରେ ମୁକୁଳିଥିଲେ । ଏହାପରେ ଅକ୍ଟୋବର ୫ ଓ ପରେ ଗତ ୨୫ ତାରିଖରେ ଅଭୟକାନ୍ତଙ୍କୁ ଇଡି ପକ୍ଷରୁ ଜେରା କରାସରିଛି। ଏହା ପୂର୍ବରୁ ତାଙ୍କ ପୁଅ ଆକାଶ ପାଠକକଙ୍କୁ ମଧ୍ୟ ଇଡି ଜେରା କରିସାରିଛି । ସରକାରଙ୍କ ସୁପାରିଶ ଆଧାରରେ ଦୁର୍ନୀତି, ଭ୍ରଷ୍ଟାଚାର ଓ କ୍ଷମତାର ଅପବ୍ୟବହାର ଅଭିଯୋଗରେ ଗତ ମେ’ ମାସରେ କେନ୍ଦ୍ର ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେବର୍ତ୍ତମାନ ଯାଏ ହେଲେ ଆକାଶା ପାଠକ ଜେଲ ରେ ଅଛନ୍ତି ।

Leave A Reply

Your email address will not be published.