ଜୁନିୟର ବିଶ୍ୱକପ ହକି :ଦକ୍ଷିଣ ଆଫ୍ରିକା ନିକଟ ରୁ ୫-୧ଗୋଲରେ ଚିଲି ପରାସ୍ତ ,ବିଶ୍ୱକପ ରୁ ବିଦାୟ

0 101

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ବିଶ୍ୱକପ ହକିର ତୃତୀୟ ଦିନର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫-୧ଗୋଲରେ ଚିଲିକୁ ପରାସ୍ତ କରିଛି। ପୂର୍ବରୁ ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚରେ ବେଲଜିୟମ ନିକଟରୁ ୧-୫ ଗୋଲରେ ହାରିଥିଲା। ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ପରାଜୟ ସହ ଚିଲି ବିଶ୍ୱକପରୁ ଆଉଟ୍ ହୋଇଛି।
ଆଜି ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ଓ ଚିଲି ମ୍ୟାଚ୍ ଏକତରଫା ହୋଇଥିଲା। ପ୍ରଥମ କ୍ୱାର୍ଟରର ସପ୍ତମ ମିନିଟରେ ଦକ୍ଷିଣ ଆଫ୍ରିକା ଗୋଟିଏ ଦମଦାର ଗୋଲ ଦେଇ ଚିଲି ଉପରେ ଚାପ ସୃଷ୍ଟି କରିଥିଲା। ଦଳ ପକ୍ଷରୁ ୧୯ନମ୍ବର ଜର୍ସିରେ ଥିବା ଇଦ୍ରିସ୍ ଅବଦୁଲା ଏହି ଗୋଲ ସ୍କୋର କରିଥିଲେ।

Leave A Reply

Your email address will not be published.