ମୁମ୍ବାଇରେ ପହଞ୍ଚିଲେ ପରମବୀର ସିଂ

21

ଅନେକ ଦିନ ଧରି ନିଖୋଜ ଥିବା ମୁମ୍ବାଇ ର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଗୁରୁବାର ମୁମ୍ବାଇରେ ପହଞ୍ଚିଛନ୍ତି । ଏହା ସହିତ ନ୍ୟାୟପାଳିକା ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି କହିଛନ୍ତି। ସୂଚନା ଅନୁସାରେପରମବୀର ସିଂ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଏକ ଚିଠି ଲେଖିଥିଲେ I ଯେଉଁଥିରେ ସେ ଲେଖିଥିଲେ କି ଦେଶମୁଖ ରାଜ୍ୟରେ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିଥିଲେ । ଏହି ଅଭିଯୋଗ ର ଯାଞ୍ଚ ହେବା ପରେ ଅନିଲ ଦେଶମୁଖଙ୍କୁ ନିଜ ମନ୍ତ୍ରୀପଦ ଛାଡିବାକୁ ପଡିଥିଲା ଏବଂ ଏହା ପରେ ମହାରାଷ୍ଟ୍ର ସରକାର ମଧ୍ୟ ପରମବୀର ସିଂ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ। ଏହା ପରେ ପରମବୀର ସିଂ ମଧ୍ୟ ଆଜି ଯାଏ ଆତ୍ମଗୋପନ କରିଥିଲେ I ବାରମ୍ବାର ସମନ ସତ୍ତ୍ୱେ କୋର୍ଟରେ ହାଜର ନ ହେବାରୁ ତାଙ୍କୁ ମୁମ୍ବାଇ ହାଇକୋର୍ଟ ପଳାତକ ଘୋଷିତ କରିଥିଲେ I ନିକଟରେ ସେ ତାଙ୍କ ଓକିଲ ମାଧ୍ୟମରେ ସୁପ୍ରିମ କୋର୍ଟରୁ ଆଶ୍ୱାସନା ପାଇବା ପରେ ଆଜି ମୁମ୍ବାଇ ରେ ପହଂଚିଛନ୍ତି I

Leave A Reply

Your email address will not be published.