ଅସ୍ଥି ସୁଦୃଢ ପାଇଁ ‘ଆଲମଣ୍ଡ’

20

ଅସ୍ୱାସ୍ଥ୍ୟକର ଜୀବନଶୈଳୀ ,ଅତ୍ୟଧିକ ଚାପ,ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟ ପ୍ରଣାଳୀ ବ୍ୟାୟାମ ନ କରିବା ଇତ୍ୟାଦି ସ୍ନାୟୁ ଗତ ସମସ୍ୟାକୁ ଡାକି ଆଣିଥାଏ ଇ ଏହା ଯୋଗୁଁ ଅସ୍ଥି ମଧ୍ୟ ଦୁର୍ବଳ ହୋଇ ଥାଏ ଇ ଏହା ଏକ ପ୍ରକାର ନିରବ ଘାତକ ଇ ଏହା ଦ୍ୱାରା ବାରମ୍ବାର ପିଠିରେ ଯନ୍ତ୍ରଣା ,ବାରମ୍ବାର ହାଡ଼ ଭାଙ୍ଗିବା ,ସିଧା ହୋଇ ବସି ନ ପାରିବ ଆଦି ଲକ୍ଷଣ ସବୁ ଦେଖାଦେଇଥାଏ ଇ ଆସ୍ତି ମଜବୁତ କରିବା ଲାଗି କ୍ୟାଲସିୟମ ,ପ୍ରୋଟିନ ,ମ୍ୟାଗନେସିୟମ ଏବଂ ଭିଟାମିନ ଡି’ ର ଆବଶ୍ୟକ ହୋଇଥାଏ ଇ ତେବେ ତାଲିକାରେ ସାମିଲ କରନ୍ତୁ ଏହି ଖାଦ୍ୟ :

ଆଲମଣ୍ଡ
ଏଥିରେ ଶରୀର ପାଇଁ ଆବଶ୍ୟକ ପ୍ରାୟ ସମସ୍ତ ପୋଷୋକତତ୍ୱ ରହିଥାଏ ,ଇ ଆଲମଣ୍ଡ ରେ ଥିବା କ୍ୟାଲସିୟମ ,ପ୍ରୋଟିନ ଆଦି ଅସ୍ଥି କୁ ମଜବୁତ କରେ I,କ୍ୟାଲସିୟମ ଅସ୍ଥିପାଇଁ ଉପକାରୀ ହୋଇଥିବାବେଳେ ପ୍ରୋଟିନ ମାଂସପେଷି କୋଷ ଗୁଡିକୁ ସୁସ୍ଥ ରଖେ ଇ ନିତମ୍ବ ଏବଂ ଅସ୍ଥିରେ କୌଣସି ଫାଟ ହେବା ଆଶଙ୍କା କୁ କମାଇଥାଏ ପ୍ରୋଟିନ I ସେହିଭଳି ସୂର୍ଯ୍ୟମୁଖୀ ମଞ୍ଜି ଏବଂ ପିସ୍ତା ମଧ୍ୟ ଅସ୍ଥି କୁ ମଜବୁତ କରିଥାଏ I
ଫଳ ଓ ପନିପରିବା
ଏଥିରେ ଭିଟାମିନ ଏବଂ ଖଣିଜ ଲଵଣରେ ଭରପୁର ଥାଏ ଇ ତେଣୁ ସଠିକ ମାତ୍ରାରେ ଫଳ ଓ ପରିବା ଖାଇବା ଦରକାର I ସେଥିରେ ପାଳଙ୍ଗ ,ବିନ୍ସ ,ବ୍ରୋକୋଲି ପରିବା ସାମିଲ କରନ୍ତୁ ଏବଂ ଋତୁକାଳୀନ ଫଳ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ଖୁବ ଉପକାରୀ ହୋଇଥାଏ I
କ୍ଷୀର
ଶରୀରରେ କ୍ୟାଲସିୟମ ର ଅଭାବ ହେଲେ ଅସ୍ଥି ଦୁର୍ବଳ ହୋଇ ଅଷ୍ଟିଓପରସିସ ଦେଖାଦେଇଥାଏ ଇ ଖିରରେ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲସିୟମ ଥିବାରୁ ପ୍ରତିଦିନ କ୍ଷୀର ଏବଂ ସୁବିଧା ଅନୁସାରେ ଚୁନା ମାଛ ନିୟମିତ ଖାଆନ୍ତୁ ଇ ଏହା ବ୍ୟତୀତ ଦହି ଓ ଛେନା ଖାଆନ୍ତୁ I
କଣ ଖାଇବେ ନାହିଁ
ପାଟିକୁ ସ୍ୱାଦ ଲାଗିଲେ ମଧ୍ୟ ଅନେକ ଖାଦ୍ୟ କୁ ଦୂରେଇବା ଦରକାର ଇ କେତେକ ଲୁଣିଆ ପାଟି ସୁଆଦ ଖାଦ୍ୟ ଅସ୍ଥିକୁ କ୍ଷତି ପହୁଞ୍ଚାଇଥାଏ I ବୟସ୍କ ବ୍ୟକ୍ତି ଦିନକୁ ସର୍ବାଧିକ ୨୩୦୦ ମିଲିଗ୍ରାମ ରୁ ଅଧିକ ଲୁଣ ନ ଖାଇବାଲାଗି ବିଶେଷଜ୍ଞନ ପରାମର୍ଶ ଦେଇ ଥାନ୍ତି ଇ ଷୋଡ଼ଯୁକ୍ତ ପାନୀୟ କେଫିନ ଏବଂ ଫସଫରସ ଅସ୍ଥି ପାଇଁ କ୍ଷତିକାରକ ହୋଇଥାଏ ଇ ଚା ,କଫି ,ନିଶା ସେବନ ଠାରୁ ଦୁରେଇ ରହିବା ଆବଶ୍ୟକ I
ଯେ କୌଣସି ମାଛ ଅସ୍ଥି କୁ ମଜବୁତ କରେ I ସେହି ଭଳି ଛେଳି ଗୋଡ଼ ସୁରୁଆ ,ମଧ୍ୟ ଖାଇ ପାରିବେ I ଆପଣ ଯଦି ଆଲମଣ୍ଡ ଖାଉଛନ୍ତି ତାକୁ ରାତିରେ ଏକ ଗ୍ଲାସ ପାଣିରେ ବତୁରେଇ ଦିଅନ୍ତୁ ପରିବାର ସଦସ୍ୟ ଙ୍କ ଅନୁସାରେ ୩ ଟି କରି ଏବଂ ସକାଳେ ଖାଲି ପେଟରେ ଏହାର ଚୋପା ଛଡ଼ାଇ ଖାଇପାରିବେ I

Leave A Reply

Your email address will not be published.