ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ କେନ୍ଦ୍ରରୁ ଆଉ ୪ ମାସ ଅଧିକ ମିଳିବ ମାଗଣା ରାସନ

26

ମହାମାରୀ କରୋନା ସମୟରେ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅନ୍ତର୍ଗତ ପ୍ରଧାନ ମନ୍ତ୍ରୀ ଦେଶବାସୀଙ୍କୁ ମାଗଣା ରାସନ ଯୋଗାଇ ଦେଇଥିଲେ I ଏହି ଅବଧି ଡ଼ିସେମ୍ବର ମାସରେ ଶେଷ ହେଇଯାଉଥିଲା I କିନ୍ତୁ କେନ୍ଦ୍ର ସରକାର ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆଉ ୪ ମାସ ଅର୍ଥାତ ଏହାକୁ ଆସନ୍ତା ୨୦୨୨ ମସିହା ମାର୍ଚ୍ଚ ମାସ ଯାଏ ବୃଦ୍ଧି କରାଯାଇଛି। ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲାଣି କେନ୍ଦ୍ର ସରକାରର ପ୍ରତି ମାସରେ ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇ ଦେଉଛନ୍ତି।
ଏ ସଂକ୍ରାନ୍ତ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପିଏମ ଗରିବ କଲ୍ୟାଣ ଯୋଜନା ଫେଜ ୫କୁ ମାର୍ଚ୍ଚ ମାସ ଯାଏ କାର୍ଯ୍ୟକାରୀ କରାଯିବ। ଏହି ପର୍ଯ୍ୟାୟରେ ପ୍ରାୟ ୧୬୩ ମେଟ୍ରିକ ଟନ୍‌ ଖାଦ୍ୟ ସାମଗ୍ରୀ ଲୋକଙ୍କୁ ଦିଆଯିବ। ଏଥିପାଇଁ ଅତିରିକ୍ତ ୫୩୩୪୪. ୫୨ କୋଟିର ସବସିଡି ବ୍ୟବସ୍ଥା ହୋଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ସମସ୍ତ ଲୋକଙ୍କୁ ମାସିକ ଅତିରିକ୍ତ ଭାବେ ୫ କେଜିର ଖାଦ୍ୟ ସାମଗ୍ରୀ ମାଗଣାରେ ଯୋଗାଇ ଦିଆଯିବ। ଏହାଦ୍ୱାରା ପ୍ରାୟ ୮୦ କୋଟି ଲୋକ ଲାଭବାନ ହେବେ।
ତେବେ କରୋନା ର ପ୍ରାଦୁର୍ଭାବ ଏ ଯାଏ ସମ୍ପୂର୍ଣ୍ଣ କମି ନ ଥିବାରୁ ନିକଟରେ ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ପ୍ରଧାନ ମନ୍ତ୍ରୀ ଙ୍କୁ ଚିଠି ଲେଖି ଏହାର ଅବଧି ବୃଦ୍ଧି କରିବାକୁ ଆନୁରୋଧ କରିଥିଲେ I

Leave A Reply

Your email address will not be published.