ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡା ମାଡ଼ ଘଟଣା ରେ ବିଜେପି କର୍ମୀ ଙ୍କୁ ଉଠାଇନେଲା ପୋଲିସ

22

ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡା ମାଡ଼ ଘଟଣା ନେଇ ପୋଲିସର‌ କଡା କାର୍ଯ୍ୟାନୁଷ୍ଠାନ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଏବଂ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ପୁରୀ ଡାକ୍ତରଖାନା ଛକ ନିକଟରେ ତାଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼ କରିଥିଲେ ‍‍ବିଜେପି ଯୁବମୋର୍ଚ୍ଚା କର୍ମୀ। ବ୍ୟାପକ ପୁଲିସ୍ କର୍ମଚାରୀଙ୍କୁ ମୁତୟନ କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ହେଁ ସେମାନେ ଅଣ୍ଡାମାଡ଼ କରିବା ସହ କଲା ପତାକା ପ୍ରଦର୍ଶନ ହୋଇଥିଲା ।
କଳାପତାକା ଓ ଅଣ୍ତା ମାଡ ଘଟଣାରେ ପୋଲିସ କଂଗ୍ରେସ ଓ ବିଜେପିର ପ୍ରାୟ ୭୩ ଜଣ ନେତା ଓ କର୍ମୀଙ୍କୁ ଥାନାରେ ଅଟକ ରଖିଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସଙ୍କୁ ଥାନା କୁ ନେଇ ତାଙ୍କ ଉପରେ ଥାର୍ଡ ଡିଗ୍ରୀ କରାଯାଇଥିବା ଅଭିଯୋଗ କରିଛି ବିଜେପି। ଶାସକ ଦଳର ନେତାମାନଙ୍କୁ ବିଭିନ୍ନ ଅପରାଧୀକ ମାମଲାରେ ପୋଲିସ ସୁରକ୍ଷା ଦେଉଥିବା ବେଳେ ବିଜେପି କର୍ମୀଙ୍କୁ ଥାନା ଭିତରେ ଥାର୍ଡ ଡିଗ୍ରୀ ଦେବା ଘଟଣାକୁ ବିଜେପି ନିନ୍ଦା କରିଛି। ଗଣତାନ୍ତ୍ରିକ ଶାସନରେ ପ୍ରତିବାଦ ବ୍ୟବସ୍ଥା ଥିବାବେଳେ ପୋଲିସ ଆକ୍ରୋସ ମନୋଭାବ ରଖି ବିଜେପି ନେତା ଓ କର୍ମୀଙ୍କୁ ଥାନାରେ ଅଟକ ରଖି ଥାର୍ଡ ଡିଗ୍ରୀ ଦେଇଥିବା ବିଜେପି ଅଭିଯୋଗ କରିଛି। ପୁରୀ ପୋଲିସ ତୁରନ୍ତ ଜିଲ୍ଲା ବିଜେପି ସଭାପତି ଓ କର୍ମୀଙ୍କୁ ଖଲାସ କରୁ। ନଚେତ୍ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।
ଏହାର ପ୍ରତିବାଦରେ ପୁରୀ ଓ ବ୍ରହ୍ମଗିରି ବିଧାୟକଙ୍କ ସହ ବିଜେପି ନେତା ଓ ମହିଳା କର୍ମୀମାନେ ଥାନା ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।‌

Leave A Reply

Your email address will not be published.