ଆଜିଠୁ କଳିଙ୍ଗ ଷ୍ଟାଡିୟମ୍‌ରେ ଜୁନିୟର ବିଶ୍ୱକପ ହକି ମହାକୁମ୍ଭ ଆରମ୍ଭ

29

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜୁନିୟର ପୁରୁଷ ହକି ବିଶ୍ୱକପରେ ଜର୍ମାନୀ ଓ ପୋଲାଣ୍ଡ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଦ୍ୱିତୀୟ ମ୍ୟାଚରେ ଜର୍ମାନୀ ୫-୨ ଗୋଲରେ ପାକିସ୍ତାନକୁ ହରାଇଥିବା ବେଳେ ତୃତୀୟ ମୁକାବିଲାରେ ପୋଲାଣ୍ଡ ୧-୦ ଗୋଲରେ କାନାଡାକୁ ହରାଇଛି। ଉଭୟ ଜର୍ମାନୀ ଓ ପୋଲାଣ୍ଡ ବିଜୟ ସହ ୩ ପଏଣ୍ଟ ଲେଖାଏ ହାସଲ କରିଛନ୍ତି । ସେହି ଭଳି ଉଦଘାଟନୀ ମ୍ୟାଚ ରେ ୫ଟି ମ୍ୟାଚ୍‌ ରହିଥିବା ବେଳେ ପ୍ରଥମ ମ୍ୟାଚରେ ବେଲଜିୟମକୁ ଦକ୍ଷିଣ ଆଫ୍ରିକା କୁ ୫-୧ ଗୋଲ ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ତେବେ କରୋନା କଟକଣା ପାଇଁ ବିନା ଦର୍ଶକରେ ସମସ୍ତ ମ୍ୟାଚ୍‌ ଖେଳାଯାଉଥିବାରୁ ହକି ପ୍ରେମୀ ନିରାଶ ହୋଇଛନ୍ତି । ଅପରପକ୍ଷରେ ପୁରୁଷ ଜୁନିଅର ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.