କାଶ୍ମୀରରେ ଅନୁପ୍ରବେଶ ପାଇଁ ଆତଙ୍କବାଦୀଙ୍କ ସ୍ୱତନ୍ତ୍ର ଆପ୍ : ପ୍ରବେଶ ପଥ ର ପ୍ରତ୍ୟେକ ସୂଚନା ମିଳୁଛି

15

ଗତ କିଛି ମାସ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଗିରଫ ହୋଇଥିବା ୨୭ ରୁ ଅଧିକ ଆତଙ୍କବାଦୀ ଏବଂ ସେମାନଙ୍କ ସହଯୋଗୀ ଙ୍କୁ ପଚରାଉଚରା ବେଳେ ସୂଚନା ମିଳିଛି ଯେ ଆତଙ୍କବାଦୀମାନେ PoK ରୁ ଅନୁପ୍ରବେଶ ପାଇଁ ଏକ ସ୍ୱତନ୍ତ୍ର ଆପ୍ ବ୍ୟବହାର କରୁଛନ୍ତି। ସୂଚନାନୁସାରେ, ଅନୁପ୍ରବେଶକାରୀ ମାର୍ଗ ଏବଂ ନାଭିଗେସନ୍ ସିଷ୍ଟମ ବିଷୟରେ ସୂଚନା ଏହି ଆପରେ ଅପଲୋଡ୍ ହୋଇଛି I ଆତଙ୍କବାଦୀମାନେ ଅନୁପ୍ରବେଶ ସମୟରେ ଆପ୍ ମାଧ୍ୟମରେ ନାଭିଗେସନ୍ ବ୍ୟବହାର କରି ଜାମ୍ମୁ କାଶ୍ମୀରରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି | ନୂତନ ମାର୍ଗ ଦେଇ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାରେ ଗ୍ରାଉଣ୍ଡ ୱାର୍କର୍ସ (OGWs) ସାହାଯ୍ୟ କରନ୍ତି |

ସେହିଭଳି ଏନଆଇଏ ସୂତ୍ର ଅନୁଯାୟୀ,ଆତଙ୍କବାଦୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁପ୍ରବେଶର ମାର୍ଗ ପାଇଁ ସ୍ୱତନ୍ତ୍ର ଆପ ବ୍ୟବହାର କରିଆସୁଛନ୍ତି, ସେମାନେ POK ଠାରୁ କାଲାକୋଟ, POK ଠାରୁ ବ୍ରାଲ୍ ଗଲି, ନିକେଲ୍ ମଞ୍ଜୋଟ୍, POK ଠାରୁ କାସ୍ ନାଲା ଏବଂ POK ଠାରୁ ଗୁରୁସେନ ପର୍ଯ୍ୟନ୍ତ ମାର୍ଗର ସୂଚନା ଏହି ଆପ ଦ୍ୱାରା ହିଁ ପାଇପାରିଥାନ୍ତି I
ସୂଚାନୁସାରେ ଭାରତୀୟ ବାୟୁସେନାର ବାଲାକୋଟ ଏୟାର ଷ୍ଟ୍ରାଇକ୍ ସମୟରେ ଜୈସ -ଏ-ମହମ୍ମଦ ର ବାଲାକୋଟ ରେ ଥିବା କ୍ୟାମ୍ପରେ ଏପରି ଏକ କଣ୍ଟ୍ରୋଲ ରୁମ ବିଷୟରେ ଭାରତୀୟ ବାୟୁସେନା କୁ ସୂଚନା ଆସିଥିଲା ​​ଯେଉଁଥିରେ ଅନୁପ୍ରବେଶକାରୀ ଏହି ଆପ ମାଧ୍ୟମରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରାଯାଉଥିବା ଜଣାପଡିଥିଲା।
ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୋଧରେ ନିରନ୍ତର ଅପରେସନ୍ କରି ସେମାନଙ୍କୁ ସଫା କରିବାରେ ନିୟୋଜିତ ଅଛନ୍ତି। ଏଥି ସହିତ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ଏବଂ ଆନ୍ତର୍ଜାତୀୟ ସୀମା ଉପରେ କଡା ଆଭିମୁଖ୍ୟ ଥିବାରୁ ଆତଙ୍କବାଦୀମାନେ ଦେଶ ଭିତରକୁ ପ୍ରବେଶ କରିପାରୁ ନାହାଁନ୍ତି।

Leave A Reply

Your email address will not be published.