ରାଜସ୍ଥାନ ରାଜନୀତିରେ ନୂଆ ଭୂକମ୍ପ, ଗେହଲୋଟ୍ ଙ୍କ ମନ୍ତ୍ରୀ ମଣ୍ଡଳରୁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି

15

ରାଜସ୍ଥାନ ରାଜନୀତିରେ ଏକ ନୂଆ ଭୂକମ୍ପ ଆସିଛି। ରାଜସ୍ଥାନରେ କ୍ୟାବିନେଟ୍‌ ଅଦଳବଦଳ ‌ପୂର୍ବରୁ ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଅଧ୍ୟକ୍ଷତାରେ ତାଙ୍କ ଘରେ ବୈଠକ ହେବା ପରେ ସବୁ ମନ୍ତ୍ରୀ ପାର୍ଟି ହାଇକମାଣ୍ଡଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି Iଏହି ପ୍ରସଙ୍ଗରେ ରବିବାର ଦିନ ଅପରାହ୍ନ ୨ ଟାରେ ଏକ ବୈଠକ ଅନୁଷ୍ଠିତ ହେବ। ଏନେଇ ରାଜ୍ୟର ପରିବହନ ମନ୍ତ୍ରୀ ପ୍ରତାପ ସିଂହଙ୍କ ପାଖରୁ ସୂଚନା ମିଳିଛି ।

ତେବେ ଏହା ପରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରବିବାର ଅପରାହ୍ନ ୨ ଟାରେ କଂଗ୍ରେସ ବିଧାୟକମାନଙ୍କୁ ଦଳର ରାଜ୍ୟ କାର୍ଯ୍ୟାଳୟକୁ ଡକାଯାଇଛି। ଏହା ପରେ ଗେହଲୋଟ୍ ଏବଂ ଦଳର ରାଜ୍ୟ ଦାୟିତ୍ୱରେ ଥିବା ଅଜୟ ମାକେନ୍ ଙ୍କ ଦ୍ୱାରା କାର୍ଯ୍ୟକ୍ରମ ସ୍ଥିର ହେବ I ସେ କହିଛନ୍ତି ଯେ ଦଳର ଜାତୀୟ ସଭାପତିଙ୍କୁ ସମ୍ବୋଧିତ କରି ଇସ୍ତଫା ଦିଆଯାଉଛି, ଏହା ପରେ କ୍ୟାବିନେଟର ପୁନର୍ଗଠନ ପ୍ରକ୍ରିୟା ଚାଲିଛି। ଏଥିପାଇଁ ଦଳର ରାଜ୍ୟ ସଭାପତି ଗୋବିନ୍ଦ ସିଂ ଦୋଟାସାରା ଏକ ପ୍ରସ୍ତାବ ଦେଇଛନ୍ତି।
ଏହା ପୂର୍ବରୁ ରାଜସ୍ବ ମନ୍ତ୍ରୀ ହରୀଶ ଚୌଧୁରୀ, ଚିକିତ୍ସା ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ରଘୁ ଶର୍ମା ଏବଂ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଥିଲେ। ଏବେ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୧ ଜଣ ସଦସ୍ୟ ଥିଲେ। ରାଜ୍ୟରେ ବିଧାୟକଙ୍କ ସଂଖ୍ୟା ୨୦୦ ଥିବା ବଳେ ଅତି ବେଶୀରେ ୩୦ ଜଣ ମନ୍ତ୍ରୀ ରହିପାରିବେ ।

ସୂଚନା ଥାଉ କି ରାଜସ୍ଥାନର ଅଶୋକ ଗେହଲୋଟ୍ ଙ୍କ ସରକାର କାର୍ଯ୍ୟକାଳର ୩ ବର୍ଷ ପୂରଣ କରିବାକୁ ଯାଉଛନ୍ତି।

Leave A Reply

Your email address will not be published.