ହସ୍ପିଟାଲରୁ ନବଜାତ ଶିଶୁ କନ୍ୟା ଚୋରି

19

ହସ୍ପିଟାଲରୁ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ଅଭିଯୋଗ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ସକାଳ ସମୟରେ ଚୋରି ହୋଇଥିବା ଖବର ସାମନାକୁ ଆସିଛି । ଜଣେ ମହିଳା ଏହି ଚୋରି କରିଥିବା ସୂଚନା ରହିଛି । ବୀରମହାରାଜପୁର ଷଣ୍ଢାଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀଙ୍କର ଗତକାଲି ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ୱାର୍ଡରେ ଜାଗା ନଥିବାରୁ ବାରଣ୍ଡାରେ ନବଜାତ ସହିତ ପ୍ରସୂତି ଶୋଇଥିଲେ । ସନ୍ତୋଷିନୀ ଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ଥିଲେ I
ଆଜି ସନ୍ତୋଷିନୀ ଶୌଚ ହେବା ପାଇଁ ଯିବା ସମୟରେ ତାଙ୍କ ଶାଶୁ ଶିଶୁ କନ୍ୟାଟିକୁ ଧରିଥିଲେ । ଜଣେ ମହିଳା ତାଙ୍କ ପାଖକୁ ଆସି ଶିଶୁଟିକୁ ଟୀକା ଦିଆଯିବ ବୋଲି କହି ସନ୍ତୋଷିନୀଙ୍କ ଶାଶୁଙ୍କ କୋଳରୁ ଛୁଆଟିକୁ ନେଇ ଯାଇଥିଲେ । ତେବେ ଅଳ୍ପ ସମୟ ଭିତରେ କନ୍ୟା ସନ୍ତାନଟିକୁ ଧରି ମହିଳା ଜଣକ କୁଆଡେ ଫେରାର ମାରିଥିଲେ । ପରିବାର ଲୋକ ଖୋଜି ଖୋଜି ଉକ୍ତ ମହିଳାଙ୍କ ପତ୍ତାପାଇ ନ ଥିଲେ। ଏନେଇ ପରିବାର ଲୋକ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଛନ୍ତି ।
ତେବେ ଶିଶୁ କନ୍ୟାର ନିଖୋଜ ଖବର ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷ ସଦର ଟାଉନ ଥାନାରେ ରିପୋର୍ଟ କରିଥିବା ଜଣା ପଡିଛି ।

Leave A Reply

Your email address will not be published.