ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା ଫଳ

24

ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫ ଲାଇନ ପରୀକ୍ଷା ଫଳ I ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆଜି ସୂଚନା ଦିଆ ଯାଇଛି I ବିକଳ୍ପ ମୁଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ର ଛାତ୍ରୀ ମାନେ ଗତ ଅକ୍ଟୋବର ମାସରେ ଅଫ୍‌ଲାଇନ୍‌ ମାଧ୍ୟମରେ ଏହି ପରୀକ୍ଷା ଦେଇଥିଲେ I ଏହି ଅଫ୍‌ଲାଇନ୍ ପରୀକ୍ଷା ଅକ୍ଟୋବର ୧ରୁ ଆରମ୍ଭ ହୋଇ ୧୧ ତାରିଖରେ ସରିଥିଲା I ତେବେ ଅଫ୍‌ଲାଇନରେ ୧୨ ହଜାର ୩୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮ ହଜାର ୪୬୦ ଜଣ ପାସ୍ କରିଛନ୍ତି। ପାସ୍ ହାର ୬୮.୬୬ ପ୍ରତିଶତ ରହିଛି।କଳାରେ ୬ ହଜାର ୩୧୦ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ବାଣିଜ୍ୟରେ ୪୨୨, ବିଜ୍ଞାନରେ ୧୫୦୧ ଓ ଧନ୍ଦାମୂଳକରେ ୨୨୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପରୀକ୍ଷାରେ ଛାତ୍ର ମାନଙ୍କ ପାସ୍ ହାର ୬୨.୭ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୬୭.୭୬ ପ୍ରତିଶତ ରହିଛି।
ପରୀକ୍ଷାରେ ମୋଟ୍ ୮ ୪୬୦ ଜଣ ପାସ କରିଥିବା ବେଳେ ପାସ ହାର ରହିଛି ୬୮.୬୬ % । ଅଫ ଲାଇନରେ ମୋଟ୍ ୧୨,୩୨୧ ଜଣ ପରୀକ୍ଷା ଦେଇଥିଲେ । ତେବେ ଏମାନଙ୍କ ମଧ୍ୟରୁ ୬୨.୭୧% ଛାତ୍ର ଓ ୬୭ .୭୬ % ଛାତ୍ରୀ ପାସ କରିଛନ୍ତି ।
କଳାରେ ୭୦.୬୨%, ବାଣିଜ୍ୟରେ ୬୮.୬୧%, ବିଜ୍ଞାନରେ ୬୪.୩୯ % . ଓ ଧନ୍ଦାମୂଳକରେ ୫୧.୫୯% ପାସ ହାର ରହିଛି । କଳାରେ ମୋଟ୍ ୭୫୬୧ ଜଣ ପାସ କରିଥିବା ବେଳେ ମୋଟ୍ ୯୬୮ ଜଣ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । ୫୪୬ ଜଣ ଛାତ୍ର ଓ ୪୧୭ ଜଣ ଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । ସେହିପରି ୨ୟ ଶ୍ରେଣୀରେ ୬୧୨ ଜଣ ଏବଂ ୩ୟ ଶ୍ରେଣୀରେ ୪୭୩୫ ଜଣ ପାସ୍‌ କରିଛନ୍ତି ।
ଅନ୍ୟପଟେ ବିଜ୍ଞାନରେ ୧୩୬ ଜଣ ପ୍ରଥମ ଶ୍ରେଣୀରେ, ୨୪୨ ଜଣ ୨ୟ ଶ୍ରେଣୀରେ , ୧୧୧୦ ଜଣ ୩ୟ ଶ୍ରେଣୀରେ ପାସ କରିଛନ୍ତି । ସେହିପରି ବାଣିଜ୍ୟରେ ୧୦୨ ଜଣ ପ୍ରଥମ ଶ୍ରେଣୀରେ, ୫୦ ଜଣ ୨ୟ ଶ୍ରେଣୀରେ , ୨୬୮ ଜଣ ୩ୟ ଶ୍ରେଣୀରେ ପାସ୍‌ କରିଛନ୍ତି । ଧନ୍ଦାମୂଳକରେ ୪୪୦ ଜଣ ପରୀକ୍ଷା ଦେଇଥିବା ବେଳେ ୨୨୭ ଜଣ ପାସ କରିଛନ୍ତି । ୧୩୪ ଜଣ ଛାତ୍ର ଓ ୯୩ ଜଣ ଛାତ୍ରୀ ପାସ କରିଛନ୍ତି।
ତେବେ ଏହି ଗତକାଲି ସଂଧ୍ୟାରେ ଏହି ରେଜଲ୍ଟ ପ୍ରକାଶ କରାଯିବ ବୋଲି ଜଣା ପଡିଥିଲା କିନ୍ତୁ କୌଣସି ଅନିର୍ଦିଷ୍ଟ କାରଣ ଯୋଗୁ ବାହାରି ପାରିନଥିଲା।

Leave A Reply

Your email address will not be published.